ଦୁଇ ଦୁଷ୍କର୍ମ ଅଭିଯୁକ୍ତ କାରୀଙ୍କୁ ଆଜୀବନ କାରାଦଣ୍ଡ

Date-20/09/25*ଜଗତସିଂହପୁର ଫାଷ୍ଟଟ୍ରକ ପୋକସୋ କୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ l ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଂଚଳର ଘଟଣା*ନାବାଳିକା କୁ ଘରେ ପଶି ଦୁଷ୍କର୍ମ କରିଥିଲେ ଦୁଇ ଅଭିଯୁକ୍ତ*ବାଲିକୁଦା ଥାନାରେ 13 ଫ୍ରେବୁଆରୀ 2024 ହୋଇ ଥିଲା ଅଭିଯୋଗ*ଦୁଇ ଅଭିଯୁକ୍ତ ହେଲେ ନଟବର ପରିଡା ଓ କୁଶ ମଲ୍ଲିକଆଙ୍କର- ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ 2024 ସମିହରେ ଜନୈକା ନାବାଳିକା କୁ ଜୋର ଜବରଦସ୍ତ ତାଙ୍କ ଘରେ ପଶି ଦୁଇ ଜଣ ଦୁଷ୍କର୍ମ କରିଥିଲେ । ଏନେଇ ବାଲିକୁଦା ଥାନାରେ 2024 ମସିହା ଫେବୃଆରୀ 13 ତାରିଖରେ ପରିବାର ପକ୍ଷରୁ ଏତଲା ଦେବା ପରେ ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଜି ଜଗତସିଂହପୁର ଫାଷ୍ଟଟ୍ରକ ପୋକସୋ କୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି । ଦୁଇ ଦୁଷ୍କର୍ମ ଅଭିଯୁକ୍ତ କାରୀଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ । ଦୁଇ ଅଭିଯୁକ୍ତ ହେଲେ ନଟବର ପରିଡା ଓ କୁଶ ମଲ୍ଲିକ ।

ସୂଚନାଯୋଗ୍ୟ ନାବାଳିକା ସନ୍ଧ୍ୟା ସମୟରେ ଘରେ ବସି ପାଠ ପଢିବା ସମୟରେ ଦୁଇ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଗର୍ଭବତୀ ହେବା ପରେ ଘଟଣା ସମ୍ପର୍କରେ ପରିବାର ଜାଣିବା ପରେ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ । ଏହା ସହିତ ପିଲା ଜନ୍ମ ହେବା ପରେ DNA ଟେଷ୍ଟ ରେ ମଧ୍ୟ ପ୍ରମାଣ ମିଳି ଥିଲା । ତେବେ ଆଜି 28 ଜଣ ସାକ୍ଷୀ ଙ୍କ ବୟାନକୁ ବିଚାର କରି ଜଗତସିଂହପୁର ଫାଷ୍ଟଟ୍ରକ ପୋକସୋ କୋର୍ଟ ମୁଦାଲାମାନଙ୍କୁ ଆଜୀବନ ଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏଥିରେ ଦଫା 376 DA /34 – IPC ଲାଗିଥିବା ବେଳେ ଅଭିଯୁକ୍ତ ଙ୍କ ଉପରେ 25 ହଜାର ଟଙ୍କା ଫାଇନ କରିଥିବା ଆଇନିଜୀବୀ ଦୋଳଗୋବିନ୍ଦ ଦାଶ କହିଛନ୍ତି ।

Leave a Reply

Your email address will not be published. Required fields are marked *