ମକୁଆକାଟେଣି ଠାରେ ବାଇକ ସ୍କୁଟି ଧକା ଦୁଇଜଣ ଆହତ
କାମାକ୍ଷାନଗର,୬/୧୧– ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମକୁଆକାଟେଣି ଠାରେ ଆଜି ମଧ୍ୟାନରେ ବାଇକ ସ୍କୁଟି ମଧ୍ୟରେ ଧକା ହୋଇ ଦୁଇଜଣ ଗୁରୁତର ଆହତ ହୋଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଦ୍ୱାରା କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।ସୂଚନା ଅନୁସାରେ ହଳଦିକୁଣ୍ଡି ଗାଁର ଜିତେନ୍ଦ୍ର ପ୍ରଧାନ (୧୬ବର୍ଷ) ଓ ଟୁକୁ ପ୍ରଧାନ (୧୭ବର୍ଷ) ଗୋଟିଏ ବାଇକରେ ନିଜ ଗାଁରୁ ମକୁଆକାଟେଣି ଆଡକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ସ୍କୁଟି ସହିତ ହୋଇଥିଲା ଧକା ଯାହାଫଳରେ ଉଭୟ ଆହତ ହୋଇଛନ୍ତି ।ସ୍କୁଟି ଆରୋହି ସାମାନ୍ୟ ଆହତ ହୋଇଛନ୍ତି ।ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଉଧାରକରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।ଏଠାରେ ଉଭୟଙ୍କର ଚିକିତ୍ସା ଚାଲୁଅଛି ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
