ବାଇକ ଧକ୍କା ରେ ଦୁଇ ଗୁରୁତର ଜଣେ ଆହତ ।

ଗଞ୍ଜାମ ଜିଲ୍ଲା, ସୋରଡ଼ା ଆଜି ସନ୍ଧ୍ୟା ସମୟରେ ସୋରଡା ଥାନା ନାକିଟି ଗ୍ରାମ ନିକଟରେ ଦ୍ରୁତ ଗତିରେ ଆସୁଥିବା ବାଇକ ଧକ୍କା ଦେଲା ବାଟୋଇ କୁ ବାଟୋଇ ଜଣକ ହେଲେ ସୋରଡା ର ଆଇନଜୀବୀ ମନୋଜ ଖାଡଙ୍ଗା ।ସେ ସୋରଡା ରୁ କାମ ସାରି ନିଜ ଗ୍ରାମ ଗୋପାଳପୁର ଶାସନ କୁ ଫେରୁଥିବା ସମୟରେ ପଛ ପଟରୁ ଦ୍ରୁତ ଗତିରେ ବାଇକ ଆସି ଧକ୍କା ଦେଇଥିଲା ।ଘଟଣା ସ୍ଥଳରେ ବାଇକ ଚାଳକ କ୍ଷେତ୍ରବାସୀ ନାୟକ ବୟସ-୨୫ ଗୁରୁତର ଓ ଆଇନଜୀବୀ ମନୋଜ ଖାଡ଼ଙ୍ଗାବୟସ-୫୮ ଗୁରୁତର ଥିବା ଯୋଗୁ ଉଭୟ ଙ୍କୁ ପ୍ରାଥମିକ ଚିକିଛା ପରେ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଛି ।ବାଇକ ର ପଛ ରେ ବସିଥିବା ଯୁବକ ସମୀର ଗୌଡ଼ ବୟସ-୨୫ ତାଙ୍କରି ମୁଣ୍ଡରେ ଆଘାତ ଲାଗିଛି ।ଘଟଣା ସ୍ଥଳରେ ସୋରଡା ପୋଲିସ ପହଂଚି ଆହତ ମାନଙ୍କୁ ପହଞ୍ଚାଇ ଥିଲେ l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *