ପୁରୀର ଦୁଇ ପ୍ରତିଭାଙ୍କୁ ନୂଆ ଦିଲ୍ଲୀ ଭାରତ ମଣ୍ଡପମରେ ସମ୍ବର୍ଦ୍ଧିତ
ପୁରୀ ଜିଲ୍ଲାର ସଂସ୍କୃତି ସଂରକ୍ଷକ, ସାମାଜିକ କର୍ମୀ ତଥା ଶିକ୍ଷାବିତ୍ ଅଜୟ କୁମାର ପଣ୍ଡା ଏବଂ ଯୁବ ରକ୍ତଦାତା ତଥା ସ୍ଵେଚ୍ଛାସେବୀ ପ୍ରହଲ୍ଲାଦ ଖୁଣ୍ଟିଆଙ୍କୁ ନୂଆ ଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ଓ ଜାତୀୟ ଅନୁଷ୍ଠାନ ନିଫାର ମୁଖ୍ୟ କାର୍ଯ୍ୟାଳୟ ବହରିଆନାର କର୍ଣ୍ଣାଲ ଠାରେ ଅନୁଷ୍ଠିତ ୨୫ବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ଅବସରରେ ନିଫାର ଚେୟାରମ୍ୟାନ ପ୍ରୀତିପାଲ ସିଂ ପାନୁଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଏହି ଉତ୍ସବ ସେପ୍ଟେମ୍ବର ୨୦ ରୁ ୨୫ ଯାଏଁ ସମଗ୍ର ଦେଶର ପ୍ରତି ରାଜ୍ୟରୁ ଶିକ୍ଷାବିତ୍, ସାମାଜିକ କର୍ମୀ, ରକ୍ତଦାତା, ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ୧୨୨୦ ଜଣଙ୍କୁ ପୁରସ୍କୃତ କରାଯାଇଥିଲା ।

ଭାରତର ନିକଟବର୍ତ୍ତୀ ବନ୍ଧୁରାଷ୍ଟ୍ର ଚୀନ୍, ଜାପାନ, ମରିସସ୍, ରୁଷିଆ ପ୍ରମୁଖ ୧୨ଟି ଦେଶମାନଙ୍କରୁ ନିମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଥିରେ ସାମିଲ ହୋଇଥିଲେ। ଦେଶର ଐକ୍ୟ, ଶାନ୍ତି, ମୈତ୍ରୀ, ଭାତୃଭାବ ବଜାୟ ରଖିବା ପାଇଁ ନିଜ ରାଜ୍ୟ ମାନଙ୍କର ବ୍ୟାନର ଧରି ନିଜ ନିଜ ପାରମ୍ପାରିକ ପୋଷାକ ପିନ୍ଧି ଭାରତ ମାତା କି ଜୟ ସ୍ଲୋଗାନମାନ ଦେଇଥିଲେ । ଅଂଶ ଗ୍ରହଣ କରିଥିବା ପ୍ରତିଭାଧାରୀମାନଙ୍କୁ ଉଚ୍ଚକୋଟିର ଆତିତ୍ୟତା ଓ ସମ୍ମାନିତ କରାଯାଇଥିଲା।
