ଦୁଇ ଗୋଟି ଟିକେଟ କାଉଣ୍ଟର ଉପରେ ଚଢାଉ।
ରାଇକିଆ, ତା 12/2/25- କନ୍ଧମାଳ ଜିଲ୍ଲା ରାଇକିଆ ବସଷ୍ଟାଣ୍ଡ ରେ ଥିବା ରାଇକିଆ ଠାରୁ କେରଳ ଅଭିମୁଖେ ଯାଉଥିବା ଦୁଇଟି ବସ୍ ର ଟିକେଟ କାଉଣ୍ଟର ରେ ଜିଲ୍ଲା ଶ୍ରମ ଅଧିକାରି ଏବଂ ରାଇକିଆ ପ୍ରଶାସନ ମିଳିତ ଭାବରେ ଚଢ଼ାଉ କରିଥିଲେ । କେରଳ ଯିବା ପାଇଁ ପ୍ରତି ଗାଁ ଗାଁ ରେ ପୋଷ୍ଟ ମାରିବା ସହିତ ପ୍ରତ୍ୟେକ ସପ୍ତାହ ରେ କେରଳ ଯାଉଥିବା ଦୁଇଟି ବସ୍ ର କାଗଜ ପତ୍ର ଯାଞ୍ଚ କରାଯାଇଥିଲା । ସୂଚନା ଅନୁଯାୟୀ ପ୍ରତ୍ୟେକ ସପ୍ତାହ ଶୁକ୍ରବାର ଦିନ ଦାଦନ ଶ୍ରମିକ ଙ୍କୁ ନେଇ ଦୁଇଟି ବସ୍ ଯାଉଥିବା ଖବର ପାଇ ଜିଲ୍ଲା ଶ୍ରମ ଅଧିକାରି ଏବଂ ରାଇକିଆ ପ୍ରଶାସନ ଦୁଇଟି ଟିକେଟ କାଉଣ୍ଟର ଉପରେ ଚଢ଼ାଉ କରିଥିଲେ । ରାଇକିଆ ଠାରୁ କେରଳ ଯାଇଥିବା ଦାଦନ ମାନଙ୍କୁ ଯୋଗାଯୋଗ କରି ପରିସ୍ଥିତି ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରି ବିଶ୍ବ ରଞ୍ଜନ କହଁର ମତ ପ୍ରକାଶ କରିଥିଲେ ।
