ତିର୍ତ୍ତୋଲ ପୋଲିସ ର “ପ୍ରହାର ” ରେ ଦୁଇ ଧଳାଜହର ବେପାରୀ ଗିରଫ।
ତିର୍ତ୍ତୋଲ:ତିର୍ତ୍ତୋଲ ପୋଲିସକୁ ବଡ଼ ସଫଳତା। ଦୀର୍ଘ ଦିନଧରି ଧଳା ଜହର କାରବାର ରେ କାୟାବିସ୍ତାର କରିଥିବା ସଞ୍ଜୟ ଭୋଳ , ଅଭିଷେକ ସ୍ୱାଇଁ ଶେଷରେ ତିର୍ତ୍ତୋଲ ପୋଲିସ କବ୍ଜାରେ ପଡିଛି। ଅନେକ ଦିନ ହେବ ତିର୍ତ୍ତୋଲ ଏବଂ ରଘୁନାଥ ପୁର ର ବିଭିନ୍ନ ସ୍ଥାନରେ ଯୁବପିଢ଼ି ଙ୍କୁ ବ୍ରାଉନସୁଗାର ନିଶାରେ ଆପୟିତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେମୁଖ୍ୟ ଆସାମୀ ସଞ୍ଜୟ ଭୋଳ ଏବଂ ତାର ସହଯୋଗୀ ଅଭିଷେକ ସ୍ୱାଇଁ। ଯାହାର ଖବର ତିର୍ତ୍ତୋଲ ପାଖରେ ପହଂଚିବା ପରେ ତିର୍ତ୍ତୋଲ ଏସଡିପିଓ ଚିନ୍ମୟ ରାଉତ ରାଜ୍ୟ ପୋଲିସ ପକ୍ଷରୁ ଧଳାଜହର ବ୍ୟବସାୟୀ ଙ୍ଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିବା ପ୍ରହାର କୁ ଆରମ୍ଭ କରି ଏକ ସ୍ୱତନ୍ତ୍ର ଟିମ କରାଯାଇ ବିଭିନ୍ନ ସ୍ଥାନରେ ଧଳାଜହର ବ୍ୟବସାୟୀ ଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଏହି ଦୃବୃତ୍ତ ମାନେ କୌଣସି ପ୍ରକାର ଖବର ପାଇଁ ଏକାଧିକ ବାର ଘଟଣା ସ୍ଥଳରୁ ଚମ୍ପଟ ମାରୁଥିଲା। ତେବେ ଗତକାଲି ସଂରା ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟୀ କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଏହି ଦୁଇ ଆସାମୀ ଆସିଥିବା ସମୟରେ ତିର୍ତ୍ତୋଲ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ ଅଚାନକ ଚଢ଼ାଉ କରି ଦୁଇ ଆସାମୀ କାବୁ କରିଥିଲା। ପାଖରୁ ୨୧ ଗ୍ରାମର ବ୍ରାଉନ ସୁଗାରଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ୍ୟରୁ ଉର୍ଦ୍ଧ ହେବ ଏହା ସହ ନଗଦ ଏଗାର ସହ ପଚାଶ ଟଙ୍କା, ଗୋଟିଏ ମୋବାଇଲ ଫୋନ ସହ ହୋଣ୍ଡା ଆକ୍ଟିଭା ସ୍କୁଟି ଜବତ କରିଥିଲା। ଆଜି ଡାକ୍ତର ମାଇନା ପରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।
