ଅଦିନିଆ ବର୍ଷା ରେ ଉବୁଟୁବୁ ନୟାହାଟ ଗୋପ ମୁଖ୍ୟ ରାସ୍ତା l
ଗୋପ :- ୨୫/୦୫ ଅଦିନିଆ ସାମାନ୍ୟ ବର୍ଷାରେ ଗୋପ ବ୍ଲକ ନୟା ହାଟ କଲେଜ ଛକ ମୁଖ୍ୟ ରାସ୍ତାରେ ୩ ପୁଟ ପାଣି ଜମି ରହିଛି । ଯାହା ଫଳରେ ଏହି ରାସ୍ତାରେ ଯାଉଥିବା ବାଟୋଇ ମାନେ ଛୋଟ ବଡ଼ ଦୁର୍ଘଟଣାରେ ସମୁଖୀନ ହେଉଛନ୍ତି ବୋଲି ଆମ ଆଦମୀ ପାର୍ଟି ର କର୍ମୀ ତଥା ପୁରୀ ଜିଲ୍ଲା ଉପସଭାପତି ରବୀନ୍ଦ୍ର ନାଥ ସାହୁ କହିଛନ୍ତି ।ସୂଚନା ରୁ ପ୍ରକାଶ ଯେ ରାଜ୍ୟ ଓ ରାଜ୍ୟ ବାହାରୁ ଦୈନଦିନ ବିଶ୍ୱ ପ୍ରସିଦ୍ଧ କାକଟପୁର ମା ମଙ୍ଗଳା ସହିତ ଅସ୍ତରଙ୍ଗ ଜାହାନିଆ ପୀଠକୁ ବୁଲିବାକୁ ଏହି ରାସ୍ତା ଦେଇ ଜାଇଥାନ୍ତି । ପ୍ରତିବର୍ଷ ଏହି ରାସ୍ତାରେ ମରାମତି ନାମରେ ନିମ୍ନମାନର କାମ କରି ଅର୍ଥ ହରିଲୋଟ କରୁଛନ୍ତି । ଯାହା ଫଳରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାମାନ୍ୟ ଅସରାଏ ବର୍ଷାରେ ରାସ୍ତାରେ ୩ ପୁଟର ବର୍ଷା ପାଣି ଲହଡ଼ି ମାରିବା ସହ ବଡ଼ ବଡ଼ ଗତ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ବିଭିନ୍ନ ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକ ସହିତ ସ୍କୁଲ , କଲେଜ ଛାତ୍ର ଛାତ୍ରୀ ,ବାଟୋଇ ,ଆମ୍ବଲାନ୍ସ ଆଦି ଗାଡି ମଟର ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି । ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଉକ୍ତ ଅଞ୍ଚଳ ଟି ଉପ – ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜ ଅଞ୍ଚଳ ହୋଇଥିବା ସତ୍ତ୍ୱେ ରାସ୍ତା ରେ ଜମିରହୁଥିବା ବର୍ଷାରେ ପଶି ଯିବା ସମୟରେ ଗାଡି ଚକ ଲିକ ହେବା ସହ ପାଣିରେ ପଡ଼ି ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏହି ରାସ୍ତାକୁ ତୁରନ୍ତ କାମ କରିବା ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଦାବି ହେଉଛି ।ଯଦି ବର୍ଷା ସିଜିନି ପୂର୍ବରୁ କାମ କରାନଯାଏ ତାହାଲେ ରାଜରାସ୍ତାକୁ ଓଲ୍ହାଇବୁ ବୋଲି ଆମ ଆଦମୀ କର୍ମୀ ଜିଲା ସଭାପତି ସଂଜୀବ କୁମାର ମହାନ୍ତି ,ଉପସଭାପତି ରବୀନ୍ଦ୍ର ନାଥ ସାହୁ ,ରମେଶ ଚନ୍ଦ୍ର ମହାନ୍ତି , ରମାକାନ୍ତ ସ୍ୱାଇଁ , ଦୁଷ୍ମନ୍ତ ଦଳାଇ , ପ୍ରକାଶ ମଲ୍ଲିକ ,ବାପିନ ମଲ୍ଲିକ , ମଙ୍ଗୁଲି ସ୍ୱାଇଁ,ଉମାକାନ୍ତ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି ।
