ଉଦଳା ବ୍ଲକ ସ୍ଥରୀୟ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଉଦଳା ବ୍ଲକ ସ୍ଥରୀୟ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ l ଉଦଳା ତା ୨୨/୧୧ ଓଡିଶା ସରକାର ଙ୍କ ସାମାଜିକ ସୁରକ୍ଷ୍ୟା ଓ ଭିର୍ନ୍ନ କ୍ଷମ ସଶକ୍ତି କରଣ ବିଭାଗ ନିର୍ଦେଶ କ୍ରମେ ଉକ୍ତ ବିଭାଗ ର ମୟୁରଭଞ୍ଜ ଭଞ୍ଜ ଜିଲ୍ଲା କାର୍ଯାଳୟ ଆନୁକୂଲ୍ୟରେ ଉଦଳା ବ୍ଲକ ସ୍ଥରୀୟ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ ଶିବିର ଉଦଳା ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ଉଦଳା ବ୍ଲକ ସାମାଜିକ ସୁରକ୍ଷ୍ୟା ଅଧିକାରୀ ଭାଗ୍ୟ ଶ୍ରୀ ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଶିବିର ରେ ମୁଖ୍ୟ ଅତିଥି ଭାବରେ ଉଦଳା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ ଯୋଗଦାନ କରିଥିବା ବେଳେ ଅନ୍ୟାନ ଅତିଥି ଭାବେ ଉଦଳା ଏନ. ଏ. ସି ଅଧକ୍ଷ୍ୟା ସର୍ବଜନ ପ୍ରିୟ ପ୍ରମିଳା ପଣ୍ଡା (ପ୍ରମିଳା ଅପା ), ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ମଞ୍ଜୁଲତା ବିଶ୍ୱାଳ, ବ୍ଲକ ଉପାଧ୍ୟାକ୍ଷ ରଜନୀ ଦାସ, ଉଦଳା ବି. ଡ଼. ଓ ମାନନୀୟ ଶ୍ରୀଯୁକ୍ତ ସମର ଜିତ କର, ମୟୁରଭଞ୍ଜ ଜିଲ୍ଲା ଅମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତରଂଜିତ ସୋରେନ, ଉଦଳା ଏନ. ଏ. ସି. ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା, କପ୍ତିପଦା ଉପଖଣ୍ଡ ସାମାଜିକ ସୁରକ୍ଷ୍ୟା ଅଧିକାରୀ ଶ୍ରୀଯୁକ୍ତ ମୁରଲୀଧର ଚନ୍ଦ, ଉଦଳା ସି. ଡି. ପି. ଓ କୃଷ୍ଣା ମହାପାତ୍ର, ଦିବ୍ୟାଙ୍ଗ ମଞ୍ଚ ର ସଭାପତି ସନ୍ତୋଷ କୁମାର ବେହେରା, ପ୍ରମୁଖ ଉପସ୍ଥିତ ରହି ଶିବିର କୁ ଉଦଘାଟିତ କରିଥିଲେ l ଦିବ୍ୟାଙ୍ଗ ନିମନ୍ତେ ଓଡିଶା ସରକାର ଙ୍କ ତରଫରୁ ପ୍ରଣୟନ କରାଯାଇଥିବା ବିଭିର୍ନ୍ନ ଯୋଜନା ମାନ ଉକ୍ତ ଶିବିର ମାଧ୍ୟମ ରେ ଗୋଟିଏ ସ୍ଥନ ରୁ ଏହି ଶିବିର ର ମୁଖ୍ୟ ଆଭିମୁଖ୍ୟ ବୋଲି ମଂଚାସୀନ ଅତିଥିମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ପରିପ୍ରକାଶ କରିଥିଲେ l ଏହି ଶିବର ର ରେ ଯୋଗଦାନ କରିଥିବା ରାଢୋ ପଂଚାୟତ ର ଦିବ୍ୟାଙ୍ଗ ଭଉଣୀ ସନ୍ଦୀପ୍ତା ପଣ୍ଡା ଭିନ୍ନ କ୍ଷମ ଭତା ବୃଦ୍ଧି ଲାଗି ଦୃଢ ଦାବି ଉପସ୍ଥାପିତ କରିବା ପରିପ୍ରେକ୍ଷିରେ ତାଙ୍କର ନାର୍ଯ୍ୟ ଦାବିଗୁଡିକୁ ଆଗାମୀ ବିଧାନ ସଭା ରେ ଉତଥାପିତ କରିବା ସହ ମାନ୍ୟବର ବର୍ତ୍ତମାନର ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀ ଙ୍କୁ ଅବଗତ କରାଇବେ ବୋଲି ବିଧାୟକ ତାଙ୍କୁ ପ୍ରତିଶୃତି ଦେଇଥଲେ l ପରି ଶେଷ ରେ ମେଘୁ ନାୟକ , ଚିତା ହାଁସଦା ଙ୍କୁ ବସ୍ ରେ ରିହାତି ପାସ ଓ ପାର୍ବତୀ ବେହେରା ଙ୍କୁ ହୁଇଲ ଚେୟାର ମାନ୍ୟବର ମୁଖ୍ୟ ଅତିଥି ଓ ଅନ୍ୟ ସମସ୍ତ ଉପସ୍ଥିତ ଅତିଥି ବୃନ୍ଦ ଙ୍କୁ ଦ୍ୱାରା ପ୍ରଦାନ କରାଯାଇଥିଲା l ଆଜିର ଅନୁଷ୍ଠିତ ଶିବର ରେ ମୋଟ ରେ ୫୮୪, ଜଣ ଦିବ୍ୟାଙ୍ଗ ପଞ୍ଜିକରଣ କରିଥିବା ବେଳେ ୨୩୪ ଦିବ୍ୟାଙ୍ଗ ଙ୍କୁ ପ୍ରମାଣ ପତ୍ର ୧୩୬ଜଣଙ୍କୁ ଆୟ ପ୍ରମାଣ ପତ୍ର ୧୭୭ଜଣଙ୍କୁ ବସ୍ ପାସ, ୬୨ଜଣଙ୍କୁ ମଧୁବାବୁ ପେନସନ ଯୋଜନା ରେ ଭତ୍ତା , ୧୬ଜଣ ଙ୍କୁ ଵାଣିଶ୍ରୀ ବୃତ୍ତି, ୧୨ଜଣଙ୍କୁ ଦକ୍ଷ୍ୟତା ବିକାଶପ୍ରମାଣ ପତ୍ର ୪୮ଜଣ ଙ୍କୁ ଗ୍ରାମୀଣ ଆବାସ ଗୃହ, ଜଣକୁ ଉଚ୍ଚ ଶିକ୍ଷ୍ୟା ବୃତ୍ତି, ୨୧ଜଣଙ୍କୁ ଡି ଆର ଆଇ ଋଣ, ଛ ଜଣ ଙ୍କୁ ମିଶନ ଶକ୍ତି କ୍ଷମତା ପ୍ରଦାନ ଲାଗି ଆବେଦନ କରିଥିଲେ l ତେବେ ଆଗାମୀ ଦିନରେ ୯୯ଜଣ ଦିବ୍ୟାଙ୍ଗ ସହାୟତା ଉପକରଣ ପାଇବା ଲାଗି ମନୋନୀତ ହୋଇଥିଲେ ଲବାରିପଦା ପି. ଆର. ଏମ ମେଡିକାଲ କଲେଜ ରୁ ଭେଷଜ, ଚକ୍ଷୁ, ଅସ୍ଥିଶଲ୍ୟା, ମାନସିକ, ନାସା, କର୍ଣ୍ଣ ଆଦିବିଭାଗର ବିଶେଷଜ୍ଞ ମାନେ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହିତ ଏମାନଙ୍କର ଚିକିତ୍ସା ନିମନ୍ତେ ପରାମର୍ଶ ଦେଇଥିଲେ l ଉପଖଣ୍ଡ ଚିକିତ୍ସାଳୟ ତରଫରୁ ମଧ୍ୟ୍ୟ ପ୍ରାଥମିକ ଚିକିତ୍ସା ର ବ୍ୟବସ୍ଥା କରାଯାଇଥିଲା l ଉଦଳା ବି. ଡି. ଓ ସମର ଜିତ କର ତତ୍ୱାବୋଧା ନ ରେ ଆଜିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ଉଦଳା ବ୍ଲକ ଓ ଉଦଳା ଏନ ଏ. ସି ର ସମସ୍ତ କର୍ମଚାରୀ ସହଯୋଗକାରୀ ଥିଲେ l

Leave a Reply

Your email address will not be published. Required fields are marked *