ଉଦଳା ବରିଷ୍ଠ ନାଗରିକ ସଙ୍ଘ ତରଫରୁ ଜୟଚନ୍ଦ୍ର ପତ୍ରି ଙ୍କ ସ୍ମୃତି ସଭା ଅନୁଷ୍ଠିତ
ଉଦଳା ତା ୨/୧୨ ଉଦଳା ବରିଷ୍ଠ ନାଗରିକ ସଙ୍ଘ ଆନୁକୂଲ୍ୟରେ ସଂଘ ନିଜସ୍ୱ ଗୃହ ପରିସର ମଧ୍ୟରେ ଉଦଳା ର ମାନ୍ୟ ଗଣ୍ୟ ତଥା ସାରା କପ୍ତିପଦା ସବଡ଼ିଭିଜନ ର ସମାଜ ସେବି ସମସ୍ତଙ୍କର ପ୍ରିୟ ଜୟଚନ୍ଦ୍ର ପତ୍ରି ଙ୍କ ସମୁରିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସ୍ମୃତି ଚାରଣ ସଭା ରେ ସଂଘର ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ ସଭାପତି ଡା. ଶାଚ୍ଚିଦାନନ୍ଦ ପରିଡା ସଭା ପତି ଆସନ ଅଳଙ୍କୃତ କରିଥିଲେ l ଏଥିରେ ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରି ଜୟ ନନା ଙ୍କ ସ୍ମୃତି ମ ୟ ଅତୀତ ର ଗୁଣ ଗାନ କରି ଥିଲେ l ନବ ଉଦଳା ର ସ୍ବପ୍ନ ଦେଖୁଥିବା ମଣିଷ ଟିଏ ଯଦିଓ ଉଦଳା ଆଜି ହରାଇ ବସିଛି କିନ୍ତୁ ଏବେବି ପ୍ରତ୍ୟେକ ଙ୍କ ହୃଦୟ ଭିତରେ ଅଛନ୍ତି l ଜୟନନା ହେଉଛନ୍ତି ଖଟିଖିଆ ମେହନତି ମଣିଷଙ୍କ ପରମ ବନ୍ଧୁ ଥିଲେ l ଏହିସଭାରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପୁର୍ଣଚନ୍ଦ୍ର ସାହୁ, ଲକ୍ଷ୍ମୀଧର ପୁଥାଳ, ଡ଼, ଶ୍ୟାମ ସୁନ୍ଦର ପଣ୍ଡା , ଉପେନ୍ଦ୍ର ନାଥ ପୁହାଣ, କୃପାସିନ୍ଧୁ ବେହେରା, କାଶୀନାଥ ଦାସ ଓ ଉଦଳା ଉପଖଣ୍ଡ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l
