ବାହାନଗା ରେଳ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି
ଜଟଣୀ: ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି ବାଲେଶ୍ବର ବାହନଗା ଷ୍ଟେସନରେ ମର୍ମତୁଦ ଘଟଣାକୁ ସମୀକ୍ଷା କରିବା ପାଇଁ। ସର୍ବ ପ୍ରଥମେ ପହଞ୍ଚି ଛନ୍ତି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ, ମୁଖ୍ୟମନ୍ତ୍ରୀ ସାଙ୍ଗରେ ଅଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ, 5T ସଚିବ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ସାଂସଦ ପ୍ରତାପ ଷଡଙ୍ଗୀ, ଆହାତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୩୮ କୁ ବୃଦ୍ଧି କହିଥିଲେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ। ସରକାରୀ ସୂଚନା ଅନୂଯାୟୀ ଏହି ସଂଖ୍ୟା ବେସରକାରୀ ଭାବେ ଶତାଧିକ ବୋଲି କୁହାଯାଉଛି। ଶତାଧିକ ସଂଖ୍ୟକ ଗୁରୁତର ଆହତ। ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ଏ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ଏହି ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଆଜି ଦିନ ୨ ଟା ୩୦ ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱରରୁ ହେଲିକପ୍ଟରେ ସିଧାସଳଖ ଦୁର୍ଘଟଣାସ୍ଥଳକୁ ପରିଦର୍ଶନ କରିବେ ଶ୍ରୀ ମୋଦି। ସେଠାରୁ କଟକ SCB ମେଡିକାଲରେ ଆହତ ଯାତ୍ରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ।
ବାହାନଗା ରେଳ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କଲେ କାନାଡ଼ା ପ୍ରଧାନମନ୍ତ୍ରୀ। ମୃତାହତଙ୍କ ପରିବାରବର୍ଗଙ୍କୁ ଜଣାଇଲେ ସମବେଦନା। ସୌଜନ୍ୟ ଦୃଷ୍ଟିରୁ ଆଜି ଓଡ଼ିଶା ଆସୁଛନ୍ତି ତାମିଲନାଡ଼ୁର ୩ ମନ୍ତ୍ରୀ ଚେନ୍ନାଇ ବିମାନବନ୍ଦରରୁ ବାହାରିଲେ ୩ ମନ୍ତ୍ରୀ। ବାହାନଗା ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସମୀକ୍ଷା କରିବେ ୩ ମନ୍ତ୍ରୀ। ବିଜ୍ଞ ବିଶେଷଙ୍କ କହିବାର କଥା ବାଲେଶ୍ୱର ବାହାନଗା ରେ ଭୟଙ୍କର ଟ୍ରେନ ଦୁର୍ଘଟଣାର କାରଣକୁ ନେଇ ଅନେକ ମତ ଆସୁଛି ତେଣୁ ଏଥିପାଇଁ ଉଚ୍ଚ ସ୍ତରୀୟ ବୈଠକର ନିତ୍ୟାନ୍ତ ଆବଶ୍ୟକ।
