ନିର୍ବାଚନ ରେ ଜିତିଲେ ୧୦୦ ଦିନ ରେ ଜମିଜମା ସମସ୍ୟା ର ସମାଧାନ

ନିର୍ବାଚନ ରେ ଜିତିଲେ ୧୦୦ ଦିନ ରେ ଜମିଜମା ସମସ୍ୟା ର ସମାଧାନ – ଉମା ରଥ ଏଥର ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଲଢ଼ିବେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ।ଗତ ଦୁଇ ତିନି ଦିନ ହେବ ସାଇକେଲ ଯୋଗେ ସହର ବୁଲୁଥିବା ଉମାବଲ୍ଲଭ ସାଧାରଣ ଲୋକଙ୍କ ଠାରୁ ନିର୍ବାଚନ ଲଢ଼ିବେ ନା ନାହିଁ ମତାମତ ନେବା ପରେ ଆଜି ବେଲଦଳ ଠାରେ ୨୨ ମୌଜାର ସମେତ ୨୨ ପଞ୍ଚାୟତ ର ଚାଷୀ,ଯୁବକ,ଛାତ୍ର ଓ ମୁରବୀଙ୍କ ସହ ଆଲୋଚନା କରିଥିଲେ।ସମସ୍ତେ ମିଳିତ ଭାବେ ଏକ ସ୍ଵରରେ ସେ ନିର୍ବାଚନ ଲଢନ୍ତୁ ବୋଲି ମତ ରଖିଛନ୍ତି ।

ବାରମ୍ବାର ନିର୍ବାଚନ ହାରିବା ସତ୍ତ୍ୱେ ମଧ୍ୟ ଗରିବ,ଦୁଃଖୀ ରଙ୍କିଙ୍କ ସହ ଅଛନ୍ତି।ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ମାଧ୍ୟମରେ ସେ ସୁପ୍ରିମକୋର୍ଟରେ ସଂଗ୍ରାମ କରି ବେଦାନ୍ତ କମ୍ପାନୀକୁ ହଟାଇବା ସହ ଚାଷୀ କିଭଳି ନିଜ ଜମି ମାଲିକାନା ସତ୍ଵ ଫେରି ପାଇବେ ସେ ନେଇ ସଂଗ୍ରାମ କରୁଛନ୍ତି।ବିଜେଡି ଓ ବିଜେପି ଜନପ୍ରତିନିଧି ମାନେ କେବେ ମଧ୍ୟ ଏହି ପ୍ରସଙ୍ଗରେ ଚାଷୀଙ୍କ ସହ ଛିଡା ହେବା ତ ଦୂରର କଥା ମୁହିଁ ଖୋଲି ନାହାନ୍ତି ।ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ,ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣା ,ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଦୁର୍ନୀତି ,ଯୋଜନା ହରିଲୁଟ ,କୃଷି ଓ କୃଷକ ମାରଣ ନୀତି ବିଶେଷ କରି ପୁରୀ ସଦର ଅନ୍ତର୍ଗତ ୨୨ ମୌଜାର ଲୋକଙ୍କୁ ସେମାନଙ୍କ ଜମି ମାଲିକାନା ସତ୍ଵ ପ୍ରଦାନ ଓ ସେ ନିର୍ବାଚନ ରେ ଜିତିଲେ ୧୦୦ ଦିନ ଭିତରେ ପୁରୀ ସହର ଓ ସଦର ରେ ଥିବା ଜମିଜମା ସମସ୍ୟା ର ସମାଧାନ ପ୍ରସଙ୍ଗକୁ ସେ ଲୋକଙ୍କ ଆଶୀର୍ବାଦ କାମନା କରିବା ସହ ନିର୍ବାଚନ ଲଢ଼ିବେ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ।ଏଥର ସେ ସାଇକେଲ ଯୋଗେ ପ୍ରଚାର କରିବା ସହ ଲୋକଙ୍କ ପାଖକୁ ଯିବେ ।ଲୋକମାନେ ତାଙ୍କ ପାଇ ସ୍ଵତଃପ୍ରବୃତ ଭାବେ ଅର୍ଥ ସଂଗ୍ରହ କରି ନିର୍ବାଚନ ଲଢ଼ିବାରେ ତାଙ୍କୁ ସହାୟତା କରିବେ ବୋଲି କହିଛନ୍ତି ।ଦାମୋଦର ପ୍ରଧାନ ଙ୍କ ସଭାପତିତ୍ବ ରେ ଏହି ସଭା ରେ ବିଷ୍ଣୁ ପ୍ରସାଦ ମିଶ୍ର, ଶ୍ରୀକାନ୍ତ ପରିଜା, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ରାଜେଶ ମିଶ୍ର, ପବିତ୍ର ଦଳେଇ, ଦାମୋଦର ମହାପାତ୍ର, ଦାମୋଦର ନାୟକ, କୈଳାଶ ସ୍ୱାଇଁ, ବ୍ରଜ ବେହେରା, ଶିବ ପ୍ରସାଦ ବେହେରା, ହର ପ୍ରସାଦ ଜେନା, ଲଲୁ ମହାପାତ୍ର, ମୁଧୁସୁଦନ ରାଉତରାୟ, ଗଙ୍ଗାଧର ପ୍ରଧାନ, ଛଇଲ ପାଣି, ଲକ୍ଷ୍ମଣ ପ୍ରଧାନ, ରବି ସ୍ୱାଇଁ, ଭାସ୍କର ରାଉତ, ବିରେନ୍ଦ୍ର ଜେନା,ହେମନ୍ତ ମୁଦୁଲି, ଶରତ ସାହୁ ପ୍ରମୁଖ ଆଲୋଚନାରେ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *