ଜଗତସିଂହପୁର ଜିଲ୍ଲା ଫୋଟୋ ଗ୍ରାଫର ଆସୋସିଏସନ ପକ୍ଷରୁ ଜଳଛତ୍ର ପ୍ରଦାନ

ଜଗତସିଂହପୁର ଜିଲ୍ଲା ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ସ୍ଥାନୀୟ କଲେଜ ଛକ ନିକଟରେ ଜଳଛତ୍ର ଉଦ୍ଘାଟନ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋଲାଯାଇଥିବା ଏହି

ଜଳ ଛତ୍ରକୁ ଆସୋସିଏସନର ସଭାପତି ବି.ଏନ.ଏନ ପପୁ ଉଦ୍ଘାଟନ କରିଥିବା ବେଳେ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।ଏହି ଜଳ ଛତ୍ର ଗ୍ରୀଷ୍ମ ପ୍ରବାହ ସମୟରେ ଲୋକଙ୍କ ସେବାରେ ଆସିବା ସହିତ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମେ ଖୋଲାଯିବ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *