କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ, ଖଣ୍ଡାରେ ହାଣିରେ ଦୁର୍ବୃତ୍ତ

ଭୁବନେଶ୍ବର, ୫।୫ : ପୁରୀ ସଦର ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ ଉମାଭଲ୍ଲଭ ରଥଙ୍କୁ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡାରେ ହାଣିଛନ୍ତି। ରାଜନୈତିକ ଶତ୍ରୁତା କାରଣରୁ ଆକମ୍ରଣ ହୋଇଥିବା ସନ୍ଦେହ କରାଯାଉଛି।ଆଜି ପୁରୀ ସଦର ବିଧାନସଭା ପାଇଁ ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲା।ପୁର୍ବରୁ ସୁଜିତ ମହପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲ। ତେବେ ପୁରୀ ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସୁଜିତ ମହାପାତ୍ରଙ୍କ ଟିକେଟ କଟାଯାଇ ଉମାବଲ୍ଲଭ ରଥଙ୍କୁ ଟିକେଟ ଦିଆଯିବା ପରେ ସୁଜିତ ଙ୍କ ସମର୍ଥକ ଉତ୍ତେଜିତ ହୋଇ ପୁରୀ ଜିଲ୍ଲା କଂଗ୍ରେସ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେପଟେ ଗତକାଲି ସୁଜିତ ମହାପାତ୍ର ପୁରୀ ବିଧାନସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ୨୪ ଘଣ୍ଟା ନପୁରୁଣୁ ତାଙ୍କ ଟିକେଟ କଟାଯାଇ ଉମାବଲ୍ଲଭ ରଥ ଙ୍କୁ ଟିକେଟ ଦିଆଯିବା ଦୁର୍ଭାଗ୍ୟଜନକ ବୋଲି ସୁଜିତଙ୍କ ସମର୍ଥକ କହିଛନ୍ତି।

Leave a Reply

Your email address will not be published. Required fields are marked *