ସ୍ତ୍ରୀ ର ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କଲେ ସ୍ବାମୀ
ଭଞ୍ଜନଗର,୨୭/୦୪ – ସ୍ତ୍ରୀର ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଲେ ସ୍ୟାମୀ । ଏହିଭଳି ଏକ ଅଭାବନୟ ଘଟଣା ଘଟିଛି ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ । ସୂଚନା ପ୍ରକାରେ କୁଲାଡ଼ ଉପର ବ୍ୟାଘ୍ର ଦେବୀ ସାହିର ବାସୁଦେବ ସାହୁଙ୍କ ପୁଅ ଅଭିମନ୍ୟୁ ସାହୁ (36) ସୋରଡା କେରୁଆଁ ଝୋଳା ଗ୍ରାମର ଶିବ ସାହୁଙ୍କ ଝିଅ ଲିଜା ସାହୁ କୁ ୭ ବର୍ଷ ତଳେ ବିବାହ କରିଥିଲେ ଓ ତାଙ୍କର ଏକ ୩ ବର୍ଷର ଝିଅଟିଏ ମଧ୍ୟ ଅଛି । ବିବାହର କିଛିଦିନ ହେବ ଅଭିମନ୍ୟୁ ସୁରତରେ ରହି ଦାଦନ ଶ୍ରମିକ ଭାବେ କାମକରି ଆସୁଥିଲେ । କୌଣସି କାରଣ ବଶତଃ ସ୍ୟାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିବାରୁ ଚାରିମାସ ହେବ ସେ ନିଜ ଗ୍ରାମ କୁଲାଡ଼ ଚାଲିଆସିଥିଲେ । ଆସିଲା ପରଦିନଠାରୁ ସ୍ତ୍ରୀ ଲିଜା ପ୍ରତିଦିନ ସ୍ବାମୀ ଅଭିମନ୍ୟୁଙ୍କୁ କେତେବେଳେ ମାରପିଟ କରୁଥିଲେ ତ କେତେବେଳେ ଖାଇବାକୁ ଦେଉନଥିଲେ ଏହିଭଳି ନିର୍ଯାତନା ଦେଇଆସୁଥିଲେ । ଶେଷରେ ଗତକାଲି ସ୍ତ୍ରୀ ର ନିର୍ଯାତନାର ସୀମା ଟପିଲା ପରେ ଆଜି ସକାଳେ ଅଭିମନ୍ୟୁ ଆତ୍ମହତ୍ୟା କରିବା ପାଇଁ ଧନଞ୍ଜୟପୁର ଗ୍ରାମ ନିକଟରେ ଥିବା ଶିବମନ୍ଦିର ପ୍ରାଙ୍ଗଣରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିଜ ବେକକୁ କାଟି ତଳେ ପଡି ଛଟପଟ ହେଉଥିବା ସମୟରେ କିଛି ଗ୍ରାମବାସୀ ସେଠାରୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ। ଡାକ୍ତରଙ୍କ ଚିକିତ୍ସା ପରେ ଅଭିମନ୍ୟୁ ଙ୍କ ଅବସ୍ଥାରେ ସୁଧାର ଆସିଥିଲା ।
ରିପୋର୍ଟ – ଶିବ ଶଙ୍କର ପ୍ରଧାନ, ଭଞ୍ଜନଗର।
