ଅବିଶ୍ୱାସ
ଅବିଶ୍ୱାସ
ରଞ୍ଜୁଲତା ପାଢୀ
ଅବିଶ୍ୱାସ ନିଆଁ ଲାଗିଲେ ମନରେ
ସହଜରେ ଛାଡେ ନାହିଁ
ଧୀରେ ଧୀରେ କରେ ଜୀବନକୁ ନାଶ
ଅମୃତେ ବିଷ ଭରଇ।
ବନ୍ଧୁ ପରିଜନ ଆତ୍ମୀୟ ସ୍ୱଜନ
ବିଶ୍ୱାସ ବଳରେ ରହି
ଥରେ ଯଦି କେବେ ଅବିଶ୍ୱାସ ପଶେ
ସଂପର୍କ ଯାଏ ଦୂରେଇ।
ପତିପତ୍ନୀଙ୍କର ଦାମ୍ପତ୍ୟ ଜୀବନ
ବିଶ୍ୱାସ ବଳରେ ଠିଆ
ଅବିଶ୍ୱାସ ଯଦି ଜଣକୁ ଗ୍ରାସିଲା
ସଂସାରେ ଲାଗିବ ନିଆଁ।
ପ୍ରେମିକ, ପ୍ରେମିକା ବିଶ୍ୱାସ ବଳରେ
ସାତ ସମୁଦ୍ର ଲଂଘନ୍ତି
ଅବିଶ୍ୱାସ ରୋଗ ହୋଇଲେ ଜଣକୁ
ଅଚିରେ ନାଶ ଯାଆନ୍ତି।
ଭାଇ ଭାଇ ମଧ୍ୟେ ଲାଗିଅଛି ଆଜି
ଅବିଶ୍ୱାସ ର ଅନଳ
ଧନ,ସଂପତ୍ତିର ମୋହେ ,ସର୍ବ ନାଶ
ରହୁ ନାହିଁ ଥଳକୂଳ।
ଗ୍ରାମ ଗ୍ରାମ ମଧ୍ୟେ ଅବିଶ୍ୱାସ ପଶି
ସଂପର୍କେ ତିକ୍ତତା ଆଣେ
ବିନଷ୍ଟ କରଇ ଗ୍ରାମ୍ୟ ପରିବେଶ
ଧ୍ୱଂସ ଯାଏ ଅକାରଣେ।।
ରାଉରକେଲା,ସୁନ୍ଦରଗଡ।
