ଛାତ୍ର ଜଣଙ୍କ ର ଅସ୍ଵାଭିକ ମୃତ୍ୟୁ ଘଟଣା କୁ ବିତିଯାଇଛି ଏକମାସ ହେଲେ ପ୍ରଶାସନ ର ତଦନ୍ତ ଆଳ ରେ ନିରୋବଦ୍ରଷ୍ଟା

– ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ଗତ ନଭେମ୍ବର ୮ ତାରିଖରେ ଚତୁର୍ଥ ଶ୍ରେଣୀ ଜଣେ ଛାତ୍ରର ସନ୍ଦେହ ଜନକ ଭାବେ ବେକରେ ଗାମୁଛା ଦେଇ ମୃତ୍ୟୁ ହୋଇଥିବା ମାମଲା ସାରା ବ୍ଲକବାସୀ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ଥିବାବେଳେ ଘଟଣା ର ଏକ ମାସ ପୁରଣ ପରେ ମଧ୍ୟ ତଦନ୍ତ ଆଳ ରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ନେଇ ଅଞ୍ଚଳରେ ସନ୍ଦେହ ସୃଷ୍ଟି କରୁଛି । ପ୍ରାୟ ୧୦ ବର୍ଷ ଜଣେ କମଳମୋତି ଶିଶୁ ବିଦ୍ୟାଳୟ ରେ ପାଠ ପଢା ରେ ଅନୁପସ୍ଥିତ ଥିବା । ପୁଣି ଛାତ୍ରାବାସ ରେ କୋଉ ପରିସ୍ଥିତି ନେଇ ଏକ ଗାମୁଛା କୁ ବ୍ୟବହାର କରି ନିଜ ବେକ ରେ ଫାଶୀ ହେବା । ସେହିପରି ସ୍ଥାନୀୟ କାଶୀପୁର ପୋଲିସ ପହଁଚିବା ପୂର୍ବରୁ ଝୁଲନ୍ତା ମୃତ ଦେହକୁ ବିଦ୍ୟାଳୟ କର୍ତ୍ତୃପକ୍ଷ କାହା ଇଙ୍ଗିତ ରେ ତଳ କୁ କାଡି ଖଟରେ ଶୁଆଇବା ଭଳି ଅନେକ ଦିଗ ନେଇ ସନ୍ଦେହ ସୃଷ୍ଟି ହେଉଥିଲା । ଘଟଣା ଦିନ ର ସ୍ଥାନୀୟ ପୋଲିସ ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ବିଦ୍ୟାଳୟ ର ଦୁଇ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ପଚରାଉଚରା ମଧ୍ୟରେ ତଦନ୍ତ ସୀମିତ ରହିଯାଇଛି । କିନ୍ତୁ ଆଶ୍ଚର୍ଯ୍ୟ ଏଯାବତ ମୃତ ଛାତ୍ର ର ବ୍ୟବଛେଦ ରିପୋର୍ଟ ଲୋକଲୋଚନ ହେଇ ପାରିନାହିଁ କି ସମ୍ପୃକ୍ତ ଘଟଣା ରେ ଶିକ୍ଷା ବିଭାଗ ପକ୍ଷରୁ କମଳମୋତି ଶିଶୁର ଅବହେଳିତ ମୃତ୍ୟୁ କୁ ନେଇ କୌଣସି କର୍ମଚାରୀ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହିଁ । ଘଟଣା ର ଅନେକ ଦିନ ବିତିଯାଇଥିବା ବେଳେ ପ୍ରଶାସନ କେବଳ ତଦନ୍ତ ର ଦ୍ବାହୀ ଦେଇ ଏଯାବତ କାହାପ୍ରତି କାର୍ଯନୁଷ୍ଠାନ ଗ୍ରହଣ କରିପାରିନାହିଁ ।

Leave a Reply

Your email address will not be published. Required fields are marked *