ବନ୍ୟା ସ୍ଥିତ ନିୟନ୍ତ୍ରଣରେ, ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

ଭଦ୍ରକ: ବନ୍ୟା ପ୍ରଭାବିତ ଜିଲ୍ଲା ଆକାଶ ମାର୍ଗରୁ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବନ୍ୟା ସ୍ଥିତ ନିୟନ୍ତ୍ରଣରେ ଅଛି। ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦିଆଯିବ। ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛୁ। ବନ୍ୟାରେ ବାଲେଶ୍ବର ଜିଲାର ୪ଟି ବ୍ଲକ୍, ଭଦ୍ରକ ଓ ଯାଜପୁର ଜିଲ୍ଲାର ଦୁଇ ବ୍ଲକ୍ ପ୍ରଭାବିତ ହୋଇଛି। ଏହି ଅଞ୍ଚଳର ୮୧ଟି ଗାଁର ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି।ତେବେ ସବୁ ନିୟନ୍ତ୍ରଣରେ ଅଛି। ନଦୀର ଜଳସ୍ତର ହ୍ରାସ ପାଇଛି। ଯେଉଁ ଅଞ୍ଚଳ ପ୍ରଭାବିତ ହୋଇଥିଲା, ସେଇଠିରିଲିଫଯୋଗାଇଦିଆଯାଇଛି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ରିପୋର୍ଟ ଦେଉଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଆହୁରି ସାତ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ। ରାସ୍ତା ଓ ଘର ନଷ୍ଟ ହୋଇଛି। ରିପୋର୍ଟ ଆସିବା ପରେ ସହାୟତା ମିଳିବ। ଘର ଭାଙ୍ଗିଥିଲେ ମରାମତି କରାଯିବା।.ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ କୁହାଯାଇଛି। ପଶୁ ମରିଥିଲେ ସହାୟତା ମଧ୍ଯ ମିଳିବ।

ତଳି ଅଞ୍ଚଳରେ ପାଣି ରହିଛି। ଦୁଇ ଦିନ ଭିତରେ ନିୟନ୍ତ୍ରଣକୁ ଆସିବ। . ସାପ କାମୁଡ଼ା ଔଷଧ ମହଜୁଦ୍ ରଖିବାକୁ ହସ୍ପିଟାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଜିରୋ କାଜୁଆଲ୍ଟି ଉପରେ ଗୁରୁତ୍ଵ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଆହୁରି ସାତ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ। ରାସ୍ତା ଓ ଘର ନଷ୍ଟ ହୋଇଛି। ରିପୋର୍ଟ ଆସିବା ପରେ ସହାୟତା ମିଳିବ। ଘର ଭାଙ୍ଗିଥିଲେ ମରାମତି କରାଯିବା।.ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ କୁହାଯାଇଛି। ପଶୁ ମରିଥିଲେ ସହାୟତା ମଧ୍ଯ ମିଳିବ। ତଳି ଅଞ୍ଚଳରେ ପାଣି ରହିଛି। ଦୁଇ ଦିନ ଭିତରେ ନିୟନ୍ତ୍ରଣକୁ ଆସିବ। . ସାପ କାମୁଡ଼ା ଔଷଧ ମହଜୁଦ୍ ରଖିବାକୁ ହସ୍ପିଟାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଜିରୋ କାଜୁଆଲ୍ଟି ଉପରେ ଗୁରୁତ୍ଵ ଦିଆଯାଇଛି।

Leave a Reply

Your email address will not be published. Required fields are marked *