ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀର ଆତ୍ମହତ୍ୟା

ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀର ଆତ୍ମହତ୍ୟା l ଆତ୍ମହତ୍ୟା ନୁହେଁ ବରଂ ଜେଲ୍‌ରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ କଏଦୀଙ୍କ ପରିବାର । ମୃତ କଏଦି ଜଣକ ହେଉଛନ୍ତି ପିପିଲି ଅଞ୍ଚଳର ୨୫ ବର୍ଷୀୟ ବୁଲୁ ବେହେରା । ସୂଚନା ଅନୁସାରେ ଜୁଲାଇ ୧ ତାରିଖରେ ଫୋସ୍କ ଆକ୍ଟ ରେ ଜେଲ ଦଣ୍ଡ ପାଇଥିଲା ବୁଲୁ ବେହେରା l ପୁରୀ ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ ବୁଲୁ। ସେ ଜେଲ୍‌ର ବାଥରୁମ ପାଇପ ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିଲା । ତେବେ କିପରି କେଉଁ ପରିସ୍ଥିତିରେ ବୁଲୁର ମୃତ୍ୟୁ ହୋଇଛି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି । ଅନ୍ୟପଟେ ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକେ ।

Leave a Reply

Your email address will not be published. Required fields are marked *