ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୁଅର ସୁସ୍ଥତା କାମନା

ପୁଣି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୁଅର ସୁସ୍ଥତା କାମନା କରି ମାର ମହାପ୍ରଭୁଙ୍କ ନିକଟରେ ଆକୁଳ ନିବେଦନ। ଅସୁସ୍ଥ ପୁଅକୁ ସିଂହଦ୍ଵାର ସମ୍ମୁଖରେ ଶୁଆଇ କାନି ପତେଇ ମହାପ୍ରଭୁଙ୍କୁ ନିଜର ଦୁଖଃ ଜଣାଇବାର ଦୃଶ୍ୟ ସମସ୍ତଙ୍କୁ ବେଶ୍ ଭାବବିହୋଳ କରିଥିଲା। ସିଂହଦ୍ଵାର ଫିଟିବା ପରେ ସକାଳୁ ସକାଳୁ ଜଣେ ମହିଳା ଓ ଜଣେ ପୁରୁଷ ଏକ ଛୁଆକୁ ସିଂହଦ୍ଵାର ନିକଟକୁ ଆଣି ମହାପ୍ରଭୁଙ୍କୁ ତାର ସୁସ୍ଥତା ପାଇଁ ଲୁହ ଗଡାଇ ପ୍ରାଥନା କରୁଥିବା ଦେଖିବାକୁ ମିଳିଥିଲା । ଦଣ୍ଡ ପ୍ରଣାମ କରି ମହିଳା ଜଣକ ସିଂହଦ୍ଵାର ନିକଟରେ ନିଜ ଛୁଆ ପାଇଁ ଗୁହାରି ମଧ୍ୟ କରୁଥିଲେ। ଲାଗୁଥିଲା ସତେ ଯେମିତି ତାଙ୍କର ମାନସିକ ରହିଛି ଯେ ଦଣ୍ଡ ପ୍ରଣାମ କରି କାଳିଆ ଦୁଆରେ ନିଜ ଛୁଆକୁ ଗଡାଇଲେ ପିଲାଟି ସୁସ୍ଥ ହୋଇଯିବ। ଯେଉଁଠି ଚିକିତ୍ସା ବିଞ୍ୟାନ ଫେଲ୍ ମାରେ ସେଠି ମଣିଷ ମହାପ୍ରଭୁଙ୍କୁ ହିଁ ଭରସା କରେ। ଗତକାଲି ମଧ୍ୟ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। କିଛିଦିନ ପୂର୍ବରୁ ଜଣେ ବାପା ତା ପୁଅ କୋମାରେ ଥିବାବେଳେ ମହାପ୍ରଭୁଙ୍କ ନିକଟକୁ ନେଇ ଆସିଥିଲେ। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଚମତ୍କାର ମଧ୍ୟ ହୋଇଥିଲା। ଭାବର ଠାକୁର ଶୁଣିଲେ ଭକ୍ତର ଡାକ। କୋମାରେ ଥିବା ଜଣେ ଶିଶୁ ହୋଇଗଲା ସୁସ୍ଥ। ମହାପ୍ରଭୁଙ୍କର ଏଭଳି ଚମତ୍କାରିତାକୁ ନେଇ ଗତକାଲି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ନିଜ ପୁଅକୁ ନେଇ ପୁର୍ନବାର ବାପା ଆସିଥିଲେ।

Leave a Reply

Your email address will not be published. Required fields are marked *