ବିଧାୟକ କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି
ଭଦ୍ରକ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର, ନିର୍ଦେଶ ରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଚଣ୍ଡୀ ଗାଁ ପଞ୍ଚାୟତ,ପଗଡ, ଏରଡା ପଞ୍ଚାୟତ ସମିତିର ସମିତି ସଭ୍ୟ ମମତା ମଳ, ଭକ୍ତ ଭାଈ, ଶହ ଶହ ସଂଖ୍ୟାରେ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ମିଶିଥିଲେ, ସରପଞ୍ଚ, ସମିତି ସଭ୍ୟ, ବହୁ ସଦସ୍ୟ ବିଧିବଦ୍ଧ ଭାବରେ ବିଜେପି ରେ ଯୋଗଦାନ ଦେଇଛନ୍ତି। ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର, ସମସ୍ତ ଙ୍କୁ ଉତ୍ତରୀ ଦେଇ ସ୍ବାଗତ କରିଥିଲେ। ପୂର୍ବ ତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ପଟେଲ, ଦୂର୍ଗା,ବହୁ ବରିଷ୍ଠ ବିଜେପି ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରାଇ ଥିଲେ।
