କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦୁଇ ଦିନିଆ ଗସ୍ତ ଶେଷଅବିଭକ୍ତ
କୋରାପୁଟ,୬।୭()କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ କୋରାପୁଟ ଗସ୍ତ ଶେଷ।ଆଜି ଶେଷ ଦିନରେ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଅବିଭକ୍ତ କୋରାପୁଟ ଆକାଂକ୍ଷା ଜିଲ୍ଲାର ଶିକ୍ଷା ବିଭାଗ ସହ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଧାନ ସମୀକ୍ଷା କରି ଲୋକଙ୍କ ସେବା ପାଇଁ ଯତ୍ନର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଂକ୍ଷା ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ମହିଳା ସଶକ୍ତିକରଣ ପ୍ରଭୃତି ଉପରେ ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥାପନା କରିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ହେଲେ ଓଡ଼ିଶା ଓ ଭାରତର ବିକାଶ ହୋଇପାରିବ ।ତେଣୁ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକ ତଳସ୍ତରରେ ରହୁଥିବା ଲୋକମାନେ ଯେପରି ପାଇପାରିବେ ସେଥିପ୍ରତି ସମସ୍ତ ସରକାରୀ ଅଧିକାରୀ ମାନେ ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟକରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ,କେନ୍ଦ୍ର ଶିକ୍ଷା ଭିନିତ ଯୋଶୀ,ରାଜ୍ୟ ଶିକ୍ଷା କମିଶନର ତଥା ସଚିବ ଶାଲିନ ପଣ୍ତିତ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୂପା ରୋସନ ସାହୁ,ରାଜ୍ୟ ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ ମନିଷା ବାନାର୍ଜୀ ପ୍ରମୁଖଙ୍କ ସହ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଶେଷରେ ଓସେପା ନିର୍ଦ୍ଦେଶକ ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଓ ଏସପି ରୋହିତ ବର୍ମା ଙ୍କ ସହ ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ,ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟୱାରିଙ୍କ ସହ ଚାରୋଟି ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଦୁଇ ଦିନିଆ ଗସ୍ତ ଶେଷ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଫେରିଯାଇଥିବା ଜଣାପଡିଛି।
