ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ l ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ସମୟର ଆହ୍ୱାନ – ଧର୍ମେନ୍ଦ୍ର ପ୍ରଧାନଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ବିଚାରକ ସମ୍ମିଳନୀରେ ମାତୃଶକ୍ତିର ଗୌରବ ଗାନ ମକାଉଲେ ଶିକ୍ଷା ପଦ୍ଧତି ଦ୍ୱାରା ସୃଷ୍ଟ ବିଚାରଗତ ବିଭ୍ରାଟ ଯୋଗୁଁ ମାତୃଶକ୍ତି ଅଧିକ କ୍ଷତିଗ୍ରସ୍ତ ୨୦୩୫ ସୁଦ୍ଧା ଗୋଲାମୀ ମାନସିକତାକୁ ପରିତ୍ୟାଗ କରି ସାଂସ୍କୃତିକ ମୂଲ୍ୟବୋଧକୁ ଫେରାଇ ଆଣିବାବେଟି ଏବଂ ମାତୃଶକ୍ତିର ସଶକ୍ତିକରଣ ପାଇଁ ସାମଗ୍ରିକ ଆଭିମୁଖ୍ୟ ଆପଣାଇବା ସମୟର ଆହ୍ୱାନନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୦୮ – ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ବର୍ତ୍ତମାନ ସମୟର ଆହ୍ୱାନ ବୋଲି ଆଜି ନୂଆଦିଲ୍ଲୀ ଠାରେ ‘ଭାରତୀ-ନାରୀ ସେ ନାରାୟଣୀ’ର ଉଦଯାପନୀ ଅଧିବେଶନ ‘କୃତି’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ରାଷ୍ଟ୍ରୀୟ ବିଦ୍ୱତ ପରିଷଦ ଏବଂ ରାଷ୍ଟ୍ର ସେବିକା ସମିତି ଦ୍ୱାରା ଆୟୋଜିତ ଦୁଇ ଦିନିଆ ମହିଳା ବିଚାରକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ମାତୃଶକ୍ତିର ଗୌରବ ଗାନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଅଭିଭାଷଣ ରଖି କହିଛନ୍ତି ଯେ, ‘ନାରୀ ତୁ ନାରାୟଣୀ’ ଆମ ସଂସ୍କୃତି ଓ ସଭ୍ୟତାର ମୂଳ ଅବଧାରଣା । ଏହି ସମ୍ମିଳନୀ ସେହି ପବିତ୍ର ବିଚାରଧାରାର ଏକ ପ୍ରତିଫଳନ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୨୦୩୫ ସୁଦ୍ଧା ଭାରତକୁ ମାକାଉଲେଙ୍କ ଗୋଲାମୀ ମାନସିକତାରୁ ମୁକ୍ତ କରିବାକୁ ହେବ । ଏହି ଔପନିବେଶିକ ମାନସିକତା ଯୋଗୁଁ ସମାଜରେ ଯେଉଁ ବିଚାରଗତ ବିଭ୍ରାଟ ସୃଷ୍ଟି ହୋଇଛି, ତାହାର ସବୁଠାରୁ ଅଧିକ କ୍ଷତି ଆମର ମାତୃଶକ୍ତି ସହିଛନ୍ତି । ଆମର ମୂଳ ପରମ୍ପରାକୁ ବଦଳାଇବା ପାଇଁ ହୋଇଥିବା ପ୍ରୟାସକୁ ଏବେ ସଂସ୍କାର କରିବାର ସମୟ ଆସିଛି ।ମହିଳା ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ହୋଇଥିବା ମନ୍ଥନ ପ୍ରଶଂସନୀୟ । ବେଟି ଏବଂ ମାତୃଶକ୍ତିର ସଶକ୍ତିକରଣ ସଂକଳ୍ପକୁ ସିଦ୍ଧ କରିବା ପାଇଁ ଆମକୁ ଏକ ସମାବେଶୀ ଦୃଷ୍ଟିଭଙ୍ଗୀ ଏବଂ ସାମଗ୍ରିକ ଦୃଷ୍ଟିକୋଣ ସହ ଆଗକୁ ବଢ଼ିବାକୁ ହେବ । ଶ୍ରୀ ପ୍ରଧାନ ଏହି ଦୁଇ ଦିନିଆ ସମ୍ମିଳନୀରୁ ନିର୍ଗତ ହୋଇଥିବା ଅମୃତ ବିଚାରକୁ ଦେଶବାସୀଙ୍କ ସମ୍ମୁଖରେ ପ୍ରଖରତାର ସହ ଉପସ୍ଥାପନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଳା ଟି. ପ୍ରଧାନ, ପ୍ରତିଷ୍ଠିତ ହିନ୍ଦୁ ସନ୍ନ୍ୟାସିନୀ ତଥା ସମାଜସେବୀ ପଦ୍ମଭୂଷଣ ସାଧ୍ୱୀ ରିତାମ୍ଭରା, ବହୁ ବିଶିଷ୍ଟ ମହିଳା ବିଚାରକ ଏବଂ ଶିକ୍ଷାବିତମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *