କୋରାପୁଟ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ
କୋରାପୁଟ:କୋରାପୁଟ ଗସ୍ତରେ କେନ୍ଦ୍ର ଆଦିବାସୀ ଓ ଜଳଯୋଗଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ। ମନ୍ତ୍ରୀ ଟ୍ରେନ ଯୋଗେ କୋରାପୁଟ ରେଳ ଷ୍ଟେସନ ରେ ପହଞ୍ଚିବା ପରେ ଶତାଧିକ ବିଜେପି କର୍ମୀ କେନ୍ଦ୍ର ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରିବା ସହିତ ପାଛୋଟି ନେଇଥିଲେ. କୋରାପୁଟ ସର୍କିଟ ହାଉସ ରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗାମୀ ଦିନରେ କୋରାପୁଟ ଜ଼ିଲ୍ଲାରେ ଆଦିବାସୀ ମାନଙ୍କ ଉର୍ନ୍ନତି କରଣ କରାଯିବା ସହିତ ପ୍ରତି ଘରକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଆଗାମୀ ଦିନରେ ଆଦିବାସୀ ମାନଙ୍କୁ ସେମାନଙ୍କର ମାନ୍ୟତା ଦିଆଯିବା ସହିତ ଉର୍ନ୍ନତି କରଣ କରାଯିବାର ବ୍ୟବସ୍ଥା କରାଯାଇଛି।ମନ୍ତ୍ରୀ ସରକାରୀ ଆଲୋଚନା ଶେଷ କରିବା ପରେ ଦଳୀୟ କର୍ମୀ ବିଶାଳ ବାଇକ ରାଲିରେ ସର୍କିଟ ହାଉସ ଠାରୁ ଟାଉନ ହଲ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ.ଟାଉନ ହଲ ଠାରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ କରାଯାଇଥିଲା। କୋରାପୁଟ ଜ଼ିଲ୍ଲାରେ ବିଜେପି ସୁଦୃଢ ରହିଛି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଦଳ ଯେପରି ବାଜିମାତ କରିବ ସେ ବିଷୟରେ ଦଳୀୟ କର୍ମୀ ଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ।କୋରାପୁଟ ଜ଼ିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉର୍ନ୍ନତି ମୂଳକ କାର୍ଯ୍ୟକ୍ରମ ମାନ ଯେପରି ତଳ ସ୍ତରରେ ପହଞ୍ଚି ପାରିବ ସେ ବିଷୟରେ ଦଳୀୟ କର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ।
