ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ l କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ପୋଙ୍ଗଲ –ଧର୍ମେନ୍ଦ୍ର ପ୍ରଧାନ l ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକରେ ପୋଙ୍ଗଲ ମନାଇଲେ ଆମ ସମାଜରେ ସଦଭାବନା ଏବଂ ଏକତାକୁ ପ୍ରତିଫଳିତ କରେ ପୋଙ୍ଗଲ କାଶୀ ତାମିଲ ସଙ୍ଗମମ୍ ୪.୦ର ସ୍ୱେଚ୍ଛାସେବୀମାନଙ୍କୁ ଭେଟି ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ଚେନ୍ନାଇ/ନୂଆଦିଲ୍ଲୀ, ୧୪ ଜାନୁଆରୀ, ୨୦୨୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି ।ପ୍ରତିଷ୍ଠାନର କମ୍ୟୁନିଟି ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସାମିଲ ହୋଇ ଅମଳର ଏହି ପର୍ବକୁ ଉପଭୋଗ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ତାମିଲନାଡୁବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ପୋଙ୍ଗଲ ହେଉଛି କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଏହା ଆମ ସମାଜରେ ସଦଭାବନା ଏବଂ ଏକତାକୁ ପ୍ରତିଫଳିତ କରିଥାଏ ।

ଏହି ପର୍ବ ଶିକ୍ଷାୟତନ ପରିସରରେ ଭବ୍ୟ ବାତାବରଣ ସୃଷ୍ଟି କରିବା ସହ ଭାରତୀୟ ସଂସ୍କୃତିର ବିଭିନ୍ନତା ମଧ୍ୟରେ ଏକତାକୁ ଆହୁରି ସୁଦୃଢ଼ କରିଛି । ମନ୍ତ୍ରୀ ଆଇଆଇଟି ମାଡ୍ରାସ ପରିବାର ସହ ସମୟ ବିତାଇବା ନେଇ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି, ସମୃଦ୍ଧି ଏବଂ ସୁଖମୟ ଜୀବନ କାମନା କରିଛନ୍ତି । ଏହି ସ୍ୱତନ୍ତ୍ର ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶ୍ରୀ ବିନୀତ ଯୋଶୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି, ବିଭିନ୍ନ ବିଭାଗର ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଏହା ପରେ ଶ୍ରୀ ପ୍ରଧାନ କାଶୀ ତାମିଲ ସଙ୍ଗମମ୍ ୪.୦ର ସ୍ୱେଚ୍ଛାସେବୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଗସ୍ତ କାଳରେ ଆଇଆଇଟି ମାଡ୍ରାସ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *