କେନ୍ଦ୍ରୀୟ ବିଦ୍ୟାଳୟ ସହ ୨୩ଟି ପ୍ରକଳ୍ପର ଶୁଭ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କାମାକ୍ଷାନଗରDate-23/5/2025 ରାଜ୍ୟରେ ୮ ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ଅନୁମୋଦନ ପରେ ଏବେ ଜାତୀୟ ଶିକ୍ଷାନୀତି ୨୦୨୦ କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ବିଭାଗର ତତ୍ପରତା ପ୍ରକାଶ ପାଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜନ୍ତାରିବୋଲ ଗାଁ ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏଥିସହିତ କାମାକ୍ଷାନଗରରେ ୩ ବର୍ଷ ପାଇଁ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦଘାଟନ ମଧ୍ୟ ହୋଇଛି।ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ୭୨ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି। ଯାହା ଆଗାମୀ ଦିନରେ ଶିକ୍ଷାର ବିକାଶ କ୍ଷେତ୍ରରେ ବେଶ ସହାୟକ ହେବ। ଏଥିସହିତ ଶିଶୁ ବାଟିକା ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ବାଧ୍ୟତା ମୂଳକ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ଦେଶରେ ମୋଟ ୮୫ ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ଓଡ଼ିଶାରେ ୮ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ଅନୁମୋଦନ ମିଳିଥିଲା। ଯେଉଁ ୮ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ପୂର୍ବରୁ ୪ ଟିର ଶୁଭ ଉଦଘାଟନ ହୋଇସାରିଛି। କାମାକ୍ଷାନଗର ଠାରେ ୫ମ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଏଥିସହିତ କାମାକ୍ଷାନଗର ଉପଖଣ୍ଡରେ ୯୩କୋଟି ଟଙ୍କା ବ୍ୟୟରେ ୨୨ ଗୋଟି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ମାନ୍ୟବର କେନ୍ଦ୍ରମନ୍ତ୍ରୀ ୫୩ନଂ ଜାତୀୟ ରାଜପଥର ବାଇସିଙ୍ଗା ଗାଁ ଠାରେ ୧୦ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଣ୍ଡର ବାଇପାସ୍ ର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି। ଯାହା ଆଗାମୀ ଦିନରେ ଲୋକଙ୍କ ଯାତାୟାତରେ ସୁଗମ ହୋଇପାରିବ।
