ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଢେଙ୍କାନାଳ ଜିଲ୍ଲା ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ବର ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତଙ୍କ ଗାଁରେ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରି ଭୁବନସ୍ଥିତ କାଳୀବଜାରରୁ ସହିଦ ବୀର ବାଜିରାଉତଙ୍କ ଜନ୍ମମାଟିକୁ ଦୀର୍ଘ୍ୟ ଚାରି କିଲୋମିଟର ପଦଯାତ୍ରା କରିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ଅବସରରେ ଦେଶ ପାଳୁଛି ଅମୃତ ମହୋତ୍ସବ । ଭୁବନ ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ହଜାର ହଜାର କର୍ମୀ ଓ ନେତାଙ୍କ ଗହଣରେ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରିଛନ୍ତି । ଶହୀଦ ବାଜି ରାଉତଙ୍କ ଗାଁ ନୀଳକଣ୍ଠପୁରରେ ପଦଯାତ୍ରା ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍ମୃତି ସ୍ଥମ୍ଭରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି । ବିଶାଳ ଶୋଭାଯାତ୍ରାରେ ନେତା ଓ କର୍ମୀଙ୍କ ସହ ମିଶି ସମଗ୍ର ଭୁବନ ଗାଁ ପଦଯାତ୍ରାରେ ପରିଦର୍ଶନ କରିଥିଲେ ।ଏଥିସହିତ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଓ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ଦଳ ବଳ ନିର୍ବିଶେଷରେ ସମସ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଅଗଷ୍ଟ ୧୩ ,୧୪ ଓ ୧୫ ତାରିଖ ତିନି ଦିନ ଘରେ ଘରେ ତ୍ରିରଙ୍ଗା ଉଡାଇ ମହୋତ୍ସବ ପାଳନ କରିବାକୁ ନିବେଦନ କରିଥିଲେ । ଏବଂ ବୀର ଶହୀଦ ବାଜି ରାଉତଙ୍କ ଗାଁରେ ପହଞ୍ଚି ନିଜକୁ ସୌଭାଗ୍ୟ ମଣ୍ଡିତ କରିଥିବା ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରକାଶ କୁମାର ପାତ୍ର
କାମାକ୍ଷାନଗର, ତୀର୍ଥକ୍ଷେତ୍ର
