କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀରେଢ଼ାଖୋଲ ସହରରେ ଏକ ବାଇପାସ ନିର୍ମାଣ ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୫୫ ନମ୍ବର ଜାତୀୟ ରାଜପଥ ବ୍ୟସ୍ତବହୁଳ ରହୁଥିବା ବେଳେ ସହର ମଧ୍ୟ ଦେଇ ଶହ ଶହ ଭାରୀଯାନ ଭୟଙ୍କର ଟ୍ରାଫିକ ଜାମ୍ ସୃଷ୍ଟି କରୁଛି ଦୁର୍ଘଟଣା ବଢ଼ିବା ସହ ଛାତ୍ରଛାତ୍ରୀ, ରୋଗୀ ଏବଂ ବରିଷ୍ଠ ନାଗରିକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି ଏହି ବାଇପାସ ନିର୍ମାଣ ହେଲେ ରେଢ଼ାଖୋଲ ସହରରେ ଦୁର୍ଘଟଣା ହ୍ରାସ ପାଇବା ସହ ସହରବାସୀ ଏହି ସମସ୍ୟାରୁ ମୁକ୍ତ ହୋଇପାରିବେସମ୍ବଲପୁର, ଡିସେମ୍ବର ୩୦ – ରେଢ଼ାଖୋଲ ସହରବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ସହର ବାହାରେ ଏକ ବାଇପାସ ନିର୍ମାଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ରେଢ଼ାଖୋଲର ବାର୍ ଆସୋସିଏସନ, ଟ୍ରକ ମାଲିକ ସଂଘ, ବରିଷ୍ଠ ନାଗରିକ ମଞ୍ଚ ଏବଂ ସ୍ଥାନୀୟ ସାମ୍ବାଦିକମାନଙ୍କ ସମର୍ଥନରେ ମିଳିଥିବା ଏକ ପ୍ରତିନିଧି ଦଳର ଆବେଦନ ଆଧାରରେ ଶ୍ରୀ ପ୍ରଧାନ ଏହି ପତ୍ର ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ୫୫ ନମ୍ବର ଜାତୀୟ ରାଜପଥ ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇଥିବା ବେଳେ ସହର ମଧ୍ୟ ଦେଇ ଶହ ଶହ ଭାରୀଯାନ ଚଳାଚଳ କରୁଛି । ସହରର ସଂକୀର୍ଣ୍ଣ ରାସ୍ତା ଏହି ଅତ୍ୟଧିକ ଟ୍ରାଫିକ ପାଇଁ ଉପଯୁକ୍ତ ନୁହେଁ, ଯାହାଫଳରେ ପ୍ରତିଦିନ ଭୟଙ୍କର ଟ୍ରାଫିକ ଜାମ୍ ସୃଷ୍ଟି ହେଉଛି । ସହର ମଧ୍ୟରେ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା ଏବଂ ଭୀମଭୋଇ ଡିଗ୍ରୀ କଲେଜ ପରି ଶିକ୍ଷାନୁଷ୍ଠାନ ଥିବାରୁ ଅଫିସ ସମୟରେ ପ୍ରବଳ ଜନଗହଳି ହେଉଛି । ଭାରୀଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ବଢ଼ିବା ସହ ଛାତ୍ରଛାତ୍ରୀ, ରୋଗୀ ଏବଂ ବରିଷ୍ଠ ନାଗରିକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ରେଢ଼ାଖୋଲ ସହରର ଦ୍ରୁତ ବିକାଶ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ନୂତନ ବାଇପାସ ନିର୍ମାଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି । ଏହି ବାଇପାସ ନିର୍ମାଣ ହେଲେ ରେଢ଼ାଖୋଲ ସହରରେ ଦୁର୍ଘଟଣା ହ୍ରାସ ପାଇବା ସହ ସହରବାସୀ ଏହିସବୁ ସମସ୍ୟାରୁ ମୁକ୍ତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *