ଭୁବନେଶ୍ୱରରେ ‘ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା କର୍ମଶାଳା’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ୱରରେ ‘ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା କର୍ମଶାଳା’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମେଡିଏସନ ଭଳି ପଦକ୍ଷେପ ସମାଜ ଜୀବନକୁ ସହଜ କରୁଛି -ଧର୍ମେନ୍ଦ୍ର ପ୍ରଧାନଯୋଗଦେଲେ ସୁପ୍ରିମକୋର୍ଟର ଜଜ୍ ଜଷ୍ଟିସ ଏମ.ଏମ ସୁନ୍ଦରେଶ, ଜଷ୍ଟିସ ସଞ୍ଜୟ କୋରଲ, କେନ୍ଦ୍ର ରାଷ୍ଟ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ, ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନ, ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମେଡିଏସନ ଭଳି ପଦକ୍ଷେପଗୁଡ଼ିକ ସମାଜଜୀବନକୁ ଅଧିକ ସହଜ କରୁଛିଭାରତୀୟ ନ୍ୟାୟ ବ୍ୟବସ୍ଥା ଭାରତୀୟ ଭାଷାକୁ ପ୍ରାଧାନ୍ୟ ଦେବା ପ୍ରଶଂସନୀୟମେଡିଏସନ କେବଳ ଆଇନଗତ ପ୍ରକ୍ରିୟା ନୁହେଁ, ଚିନ୍ତାଧାରା ପ୍ରକ୍ରିୟା ଏବଂ ଦୈନନ୍ଦିନ ଜୀବନର ଅଂଶଟେକ୍ନୋଲୋଜି ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ କିଛି ନୂଆ ସଂସ୍କାର ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଅଣାଯିବାର ଆବଶ୍ୟକତା ରହିଛିଭୁବନେଶ୍ୱର, ସେପ୍ଟେମ୍ବର ୨୮ – ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲା ଶୂନକୁ ଆଣିବା ତଥା ପେଣ୍ଡିଂ କେସ୍ ହ୍ରାସ କରିବା ଭାରତୀୟ ନ୍ୟାୟ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା(ମେଡିଏସନ) କର୍ମଶାଳାର ଉଦଯାପନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଧ୍ୟସ୍ଥତାର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଭଦ୍ର ଓ ସଚେତନ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିଥାନ୍ତି ।

ମେଡିଏସନ ଲ’ ବା ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତା ଭଳି ପଦକ୍ଷେପଗୁଡ଼ିକ ସମାଜ ଜୀବନକୁ ଅଧିକ ସହଜ କରୁଛି । ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ବର୍ଣ୍ଣନା କରି ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷା ନୀତି ବହୁଭାଷୀ ଶିକ୍ଷା ତଥା ମାତୃଭାଷାରେ ଶିକ୍ଷାଦାନକୁ ପ୍ରାଥମିକତା ଦେଉଛି । ଠିକ୍ ସେହିପରି, ଭାରତୀୟ ନ୍ୟାୟ ବ୍ୟବସ୍ଥା ବିଭିନ୍ନ ରାଜ୍ୟରେ ଭାରତୀୟ ଭାଷାକୁ ଅଧିକ ପ୍ରାଧାନ୍ୟ ଦେବା ଦିଗରେ କାର୍ଯ୍ୟ କରୁଛି, ଯାହା ପ୍ରଶଂସନୀୟ । ସେ କହିଥିଲେ ଯେ ମେଡିଏସନ କେବଳ ଏକ ଆଇନଗତ ପ୍ରକ୍ରିୟା ନୁହେଁ, ଏହା ହେଉଛି ଚିନ୍ତାଧାରା ପ୍ରକ୍ରିୟା ଏବଂ ଦୈନନ୍ଦିନ ଜୀବନର ଅଂଶ । କରୋନା ମହାମାରୀ ସମୟରେ ନୂଆ ଟେକ୍ନୋଲୋଜି ଏବଂ ଅନ୍‌ଲାଇନ୍ ମାଧ୍ୟମର ବ୍ୟବହାର ଆରମ୍ଭ ହେଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ ଆଞ୍ଚଳିକ ଭାଷାରେ କଥା ହେଉଛନ୍ତି । ଏହିଭଳି କିଛି ନୂଆ ସଂସ୍କାର ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବଂ ସମାଜରେ ଅଣାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ଜଜ୍ ଜଷ୍ଟିସ ଏମ.ଏମ ସୁନ୍ଦରେଶ, ଜଷ୍ଟିସ ସଞ୍ଜୟ କୋରଲ, କେନ୍ଦ୍ର ରାଷ୍ଟ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ, ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନ, ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଶା ହାଇକୋର୍ଟର ଜଜ ଏସ.କେ ସାହୁ, କେ.ଆର୍ ମହାପାତ୍ର, ଏସ.କେ ପାଣିଗ୍ରାହୀ, ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ ତୁଷାର ମେହେଟ୍ଟା, ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *