ଲୌହ ମାନବ ସର୍ଦାର ପଟେଲଙ୍କ ୧୫୦ତମ ଜନ୍ମ ଦିବସ ଉପଲକ୍ଷେ ଏକତା ପଦଯାତ୍ରା”

ରାୟଗଡ଼ା-୮/୧୧-ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ନିର୍ଦେଶ କ୍ରମେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନଠାରୁ ଅନୁଷ୍ଠିତ ବିରାଟ ପଦଯାତ୍ରାକୁ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ସ୍ଥାନୀୟ ଗାନ୍ଧୀ ପର୍କରେ ଅବସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କଲାପରେ ଶୋଭାଯାତ୍ରାକୁ ପତାକା ହଲlଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ସ୍ଥାନୀୟ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନଠାରୁ ଆରମ୍ଭ ହୋଇ ନୁଆଁ ବସ୍ ଷ୍ଟାଣ୍ଡ, ରେଲୱେ ଓଭର ବ୍ରିଜରୁ ଜିଲ୍ଲାପାଳଙ୍କ ବାସଭବନ ଦେଇ ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ସମାବେଶ ହୋଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହାପରେ ସେଠାରୁ ବାହାରି ଜିଲ୍ଲା ସଂସ୍କୃତି ଭବନରେ ସମlବେଶ ହେବା ପରେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଜିଲ୍ଲାସଂସ୍କୃତି ଭବନରୁ ବାହାରି ସାକ୍ରେଡ଼ ହାର୍ଟ ସ୍କୁଲ ଦେଇ ସ୍ଥାନୀୟ ମହିଳା ମହାବିଦ୍ୟାଳୟଠାରେ ତୃତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ, ସେଥିରେ ମଧ୍ୟ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସେଠାରୁ ବାହାରି ସ୍ଥାନୀୟ ରିଙ୍ଗ ରୋଡ଼ରୁ ମା ମାଝୀ ଘରିଆଣି ମନ୍ଦିର ଦେଇ ରେଳୱାଇ ଅଣ୍ଡର ଗ୍ରlଉଣ୍ଡ ଦେଇ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ସମାବେଶ ହୋଇଥଲେ ଓ ଉଦଯାପନୀ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏକତା ରଥ ମାଧ୍ୟମରେ ବନ୍ଦେ ମାତରମ ରାଷ୍ଟ୍ରୀୟ ସଂଗୀତ ଗାନ କରି ପରିକ୍ରମା କରିଥିଲେ lଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ସଂlସଦ, କୋରାପୁଟ ଲୋକସଭା ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲକା, ଜିଲ୍ଲାପାଳ ରାୟଗଡ଼ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ପ୍ରମୁଖ ଯୋଗଦାନ କରିଥିଲେ l

ମାନ୍ୟବର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଉଲାକା ନିଜର ବକ୍ତବ୍ୟରେ କହିଲେ ଯେ ଭାରତର ଏକତ୍ରୀ କରଣ ତଥା ଗଣରାଜ୍ୟ ଗଠନ ପାଇଁ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅତୁଳନୀୟ ଅବଦାନ ଓ ଗୁରୁତ୍ୱପୂର୍ଣ ଭୂମିକା ଥିଲା ସେଥିପାଇଁ ତାଙ୍କର ୧୫୦ତମ ଜନ୍ମ ଜୟନ୍ତୀରେ ଏକତା ପଦଯାତ୍ରାରେ ଆୟୋଜନ କରାଯାଇଛି l ଏଥିରେ ଯୋଗଦେଥିବା ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ ଜ୍ଞାପନ କରିଥିଲେ l ସେହିପରି ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ପଦଯାତ୍ରାର ସଫଳ ଆୟୋଜନ ନିମନ୍ତେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡ଼ ସୁଜିତ କୁମାର ମିଶ୍ର,ପୌର ପରିଷଦ, ରାୟଗଡ଼ର ନିର୍ବାହୀ ଅଧିକାରୀ କୁଲଦୀପ କୁମାର,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଲାସଂସ୍କୃତ ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ମେରା ୟୁଵା ଭାରତର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ଏ ଭି ନରସିଂହ. ଟି, ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀ ଗୋପିଅନନ୍ଦ, କଳିରାମ ମାଝୀ,ରଜତ ମାଦଳା, ତରୁଣ ଗରଡିଆ ଓ ବହୁ ମନୟାଗଣ୍ୟ ଅତୀତଜି ଆଦି ଯୋଗଦେଇଥିଲେ l ରାୟଗଡ ସହରରେ ୧୦ କିଲୋମିଟର ପଦଯାତ୍ରା ରଏହି କାର୍ଯ୍ୟକ୍ରମରେ ଏକ ୫୦୦୦ରୁ ଅଧିକ କେନ୍ଦ୍ରୀୟ ପୋଲିସ ବଳ,ସଂଖ୍ୟକ ଲୋକ, ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଓ ଜନସାଧାରଣ ଯୋଗଦେଇଥିଲେ l ଏହି ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l

Leave a Reply

Your email address will not be published. Required fields are marked *