ଧରାକୋଟ ଥାନା ପକ୍ଷରୁ ଏକତା ଦୌଡ଼
ଧରାକୋଟ ଥାନା ପକ୍ଷରୁ ଏକତା ଦୌଡ଼
…………………………..ଧରାକୋଟ,31/10/25
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ 150 ତମ ଜୟନ୍ତୀ ପାଳନ ଅବସରରେ ଧରାକୋଟ ଥାନା ତରଫରୁ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏକତା ଦୌଡ଼ ଆୟୋଜିତ ହୋଇଯାଇଛି । ପ୍ରତ୍ୟୁଷରୁ ଜାତୀୟ ରାଜପଥ 59 ର ହନୁମାନ ଦ୍ଵାର ଛକ ଠାରୁ ଦୁଇ ଶହରୁ ଅଧିକ ସଚେତନ ନାଗରିକ,ଯୁବକ,ଛାତ୍ର ସ୍ଵତଃ ପ୍ରବୃତ୍ତ ଭାବରେ ଏହି ଏକତା ଦୌଡ଼ ରେ ଭାଗ ନେଇଥିଲେ। ଏହି ଦୌଡ଼ ଧରାକୋଟ ମିନି ଷ୍ଟାଡିୟମରେ ପହଞ୍ଚିବା ପରେ ସେଠାରେ ସମସ୍ତେ ଏକତା ଏବଂ ଆତ୍ମ ନିର୍ଭର ଭାରତର ଭାବନା କୁ ଜାଗ୍ରତ କରିବା, ସୁସ୍ଥ ଓ ନିଶାମୁକ୍ତ ଭାରତ ଗଠନରେ ଅଂଶୀଦାର ହେବା,ସ୍ୱଦେଶୀ ଚିନ୍ତାଧାରା କୁ ଅପଣେଇବା,ଦେଶର ଏକତା,ସାର୍ବଭଉମତ୍ଵ ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇନିସ୍ପେକ୍ଟର ବାଲ୍ମୀକି ପ୍ରଧାନ, ଏସ ଆଇ ସସ୍ମିତା ପଣ୍ଡା, ଏ ଏସ ଆଇ ରାଜେନ୍ଦ୍ର ରାଉତ, ଅନିଲ ଶବର, ମୁରଲୀ ଧର ରାଓ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।
