ପୁରୀ ଜିଲ୍ଲାର ଦୁଇଟି ସ୍ଥାନରେ ଏକତା ପଦଯାତ୍ରା ଅନୁଷ୍ଠିତ ହେବ: ସାଂସଦ ଡା ପାତ୍ର
ପୁରୀ ୧/୧୧ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ପଟେଲ ଆମ ଦେଶର ଶୌର୍ଯ୍ୟ, ସାହସ ଓ ଏକତାର ପ୍ରତୀକ।ଚଳିତ ବର୍ଷ କୃତଜ୍ଞ ରାଷ୍ଟ୍ର ଲୌହ ମାନବ ଙ୍କ ପ୍ରତି କୃତଜ୍ଞତା ସ୍ବରୂପ ଏକତା ପଦଯାତ୍ରା ର ଆୟୋଜନ କରିଛି ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାର ଆୟୋଜନ କରାଯାଇଛି।ଏ ସମ୍ପର୍କରେ ଆଜି ସଂଧ୍ୟାରେ ସର୍କିଟ ହାଉସ ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡା ପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ସରକାରଙ୍କ ନିଷ୍ପତ୍ତି ମୁତାବକ ପ୍ରତ୍ୟେକ ଲୋକସଭା ଅନ୍ତର୍ଗତ ଅଞ୍ଚଳ ମଧ୍ୟରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ।ଏକ ଭାରତ ଆତ୍ମ ନିର୍ଭର ଭାରତ ନାମରେ ଏହି ପଦଯାତ୍ରା ପୁରୀ ଜିଲ୍ଲାର ଦୁଇଟି ସ୍ଥାନରେ ଏହି ଏକତା ପଦଯାତ୍ରା ଅନୁଷ୍ଠିତ ହେବ।ଗୋଟିଏ ନିମାପଡା ଓ ଅନ୍ୟଟି ବ୍ରହ୍ମଗିରିରେ ଅନୁଷ୍ଠିତ ହେବ।ବ୍ରହ୍ମଗିରି ବକ୍ସି ଜଗବନ୍ଧୁ ଙ୍କ ବୀର ମାଟି।ସେଠାରୁ ଆରମ୍ଭ ହେବ ପଦଯାତ୍ରା।ସେହିପରି ନିମାପଡା ର କାର୍ଯ୍ୟ ସୂଚୀ କୁ ଜଗତସିଂହପୁର ଲୋକ ସଭା ସାଂସଦ ଓ ନିମାପଡ଼ା ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ସୂଚିତ କରିବେ ବୋଲି ଡା ପାତ୍ର କହିଥିଲେ।

ଏହି ପଦଯାତ୍ରା ୩୧ ଅକ୍ଟୋବର ରୁ ୨୫ ନଭେମ୍ବର ମଧ୍ୟରେ ଶେଷ ହେବା ର ଲକ୍ଷ୍ୟ ରହିଥିବାରୁ ନଭେମ୍ବର ୧୧ ତାରିଖରେ ଏହା ବ୍ରହ୍ମଗିରି ରେ ଅନୁଷ୍ଠିତ ହେବ।ଆରମ୍ଭ ସ୍ଥଳରୁ ପ୍ରତି ୨.୫ କିଲୋମିଟର ରୁ ୨ କିଲୋମିଟର ମଧ୍ୟରେ ସ୍ବଛ ଭାରତ, ଏକ ପେଡ ମା କେ ନାମ,ଚିକିତ୍ସା ଶିବିର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜୀବନୀ ସମ୍ପର୍କରେ ପ୍ରଦର୍ଶନୀ, ଆଲୋଚନା ଚକ୍ର ମାଧ୍ୟମରେ ଯୁବ ପିଢି ଙ୍କୁ ଅନୁପ୍ରେରଣା, ନିଶାମୁକ୍ତ ଭାରତ ସମ୍ପର୍କରେ ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ।ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଆୟୋଜିତ ହେବ ଓ ପଦଯାତ୍ରା ର ଶେଷ ଭାଗରେ ଅନୁଷ୍ଠିତ ସଭା ରେ ସେମାନ ଙ୍କୁ ସମ୍ବର୍ଦ୍ଧିତ କରାଯିବ।ଏହି ପଦଯାତ୍ରାରେ ଯୁବବର୍ଗ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଲକ୍ଷ ପତି ଦିଦି, ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ସ୍ବେଚ୍ଛାସେବୀ, ବିଦ୍ୟାର୍ଥୀ ପ୍ରମୁଖ ସାମିଲ ହେବେ।ଏହାକୁ ପରିଚାଳନା ପାଇଁ ଜିଲ୍ଲା ପଦଯାତ୍ରା ଆୟୋଜନ କମିଟି ଜିଲ୍ଲାପାଳ ଙ୍କ ତତ୍ବାବଧାନ ରେ ଗଠନ କରାଯାଇ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ଡା ପାତ୍ର ସୂଚନା ଦେଇଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
