ଛୋଟ ବାଳକର ଅଜଣା ରୋଗ ,ସାହାଯ୍ୟ ଅପେକ୍ଷାରେ ପରିବାର ଲୋକେ

ପୁରୀ ଜିଲ୍ଲା ନିମାପଡା ବ୍ଲକ ତମ୍ପାଳ ପଞ୍ଚାୟତ ପୋଦନା ଗ୍ରାମର ରାଜକିଶୋର ନାୟକ ଜଣେ ନିରୀହ ଗରିବ ଲୋକ ।ପାଞ୍ଚ ଜଣ ପରିବାରକୁ ନେଇ ବେଶେ ହସ ଖୁସିରେ ଚଳୁଥିଲା ପରିବାର । କିନ୍ତୁ ହଟାତ କିଛି ଦିନ ତଳେ ସାନ ପୁଅ ଜିତ ର ମୁଣ୍ଡ ରେ ଯଂତ୍ରଣା ହୋଇଥିଲା ।ପରିବାର ଲୋକେ ଯଂତ୍ରଣା ଦେଖି ପ୍ରଥମେ ଚାରିଛକ ପରେ କଟକ ଏକ ଘରୋଇ ଡାକ୍ତରଖାନା କୁ ନେଇ ଯାଇଥିଲେ ।ସେଠାରେ ତାଙ୍କର ଚିକିତ୍ସା କରିବା ପାଇଁ ଘରେ ଥିବା ଧାନ ,ଚାଉଳ ଓ ଜିନିଷ ପତ୍ର ବିକ୍ରି କରିବା ସହ ମହିଳା ଗୋଷ୍ଟି ଓ ଘରେଇ ସଂସ୍ଥା ରୁ ଟଙ୍କା ଆଣି ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବା ପରେ ଯଂତ୍ରଣା ଭଲ ହେଲା ନାହିଁ । ଘରେଇ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ । ରାଜକିଶୋର ଜଣେ ନିରୀହ ଗରିବ ଲୋକ ।ମଜୁରୀ ଲାଗିଲେ ଚଳେ ପରିବାର । ତାଙ୍କର ପାଖରେ ଅର୍ଥ ନ ଥିବାରୁ ଘରେଇ ଡାକ୍ତରଖାନାରୁ ଆଣି ଭୁବନେଶ୍ୱର ଏଏମସେ ରେ ଭର୍ତ୍ତି କରାଇଥିଲେ । କିନ୍ତୁ ତାଙ୍କର ସରକାରୀ ଡାକ୍ତର ଖାନାରେ ଚିକିତ୍ସା କରିବା ପାଇଁ ମାଗଣାରେ ଉପଲବ୍ଧ ଥିଲେ ମଧ୍ୟ ରାଜକିଶୋର ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ନାହିଁକି ରାସନ କାର୍ଡ ଖଣ୍ଡେ ନାହିଁ ଯାହା ଫଳରେ ସରକାରୀ ଡାକ୍ତରଖାନାରେ ପୁଅକୁ ଚିକିତ୍ସା କରିବା ରେ ବଞ୍ଚିତ ହେଉଛନ୍ତି ବୋଲି ଜିତ ର ବାପା ପ୍ରକାଶ କରିଛନ୍ତି । ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତା ଯଥା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଓ ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡ ରୁ ସାହାଯ୍ୟ କରିବା ପାଇଁ ପୁଅର ବାପା ଆପତ୍ତି କରିଛନ୍ତି ।ଯଦି କୌଣସି ବ୍ୟକ୍ତି ବା ସ୍ୱେଚ୍ଛାସେବୀ ସଂଗଠନ ସହଯୋଗ କଲେ ନିରୀହ ବାଳକ ବଞ୍ଚି ଯାଆନ୍ତା ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାନ୍ତି ତାହାଲେ ଏହି ଫୋନ ନଂ ରେ 6372604082 ରେ ଫୋନପେ କରିପାରିବେ କିମ୍ବା ପୁଅର ବାପା ରାଜକିଶୋର ନାୟକ ନାମରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ର ଆକାଉଣ୍ଟ ନ 516210110004169 ଆଇ ଏଫ ଏସ ସି ନଂ – Bkid 0005162 ରେ ସହଯୋଗ ଅର୍ଥ ସାହାଯ୍ୟ କରିପାରିବେ ।
ନିମାପଡା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *