ସୃଜନର ସୁଗନ୍ଧ ଉନ୍ମୋଚନ
ଏରସମା::ସାହିତ୍ୟ ସମାଜର ଦର୍ପଣ। ସାହିତ୍ୟ ଦ୍ୱାରା ମାନବର ବୌଦ୍ଧିକ ଓ ସମାଜ ଗଠନରେ ମାର୍ଗଦର୍ଶୀ ହୋଇଥାଏ। ଶନିବାର ଅପରାହ୍ନରେ ଏରସମା ପଂଚାୟତ ସମିତି ସଭା ଗୃହରେ ବିଡ଼ିଓ ଦାସରଥୀ ଜେନାଙ୍କ ସଭାପତିତ୍ୱରେ ଏକ ମନୋରମ ସାହିତ୍ୟ ଆସର ଅନୁଷ୍ଠିତ ହେଵା ସହିତ “ସୃଜନର ସୁଗନ୍ଧ” ପତ୍ରିକାର ଦ୍ଵିତୀୟ ବାର୍ଷିକ ମୁଖପତ୍ର ଉନ୍ମୋଚନ ହୋଇଯାଇଛି।ସଭାର ମୁଖ୍ୟ ଅତିଥି ଡକ୍ଟର ସର୍ବେଶ୍ଵର ସେଣ ବରିଷ୍ଠ ପ୍ରାବନ୍ଧିକ ଓ ବରିଷ୍ଠ ଶିକ୍ଷାବିତ,ମୁଖ୍ୟବକ୍ତା ପିତାମ୍ବର ତରାଇ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କୃତ କଵି,ବରଣ୍ୟ

ଅତିଥି ଶଶିର କୁମାର ପରିଜା ପ୍ରାକ୍ତନ ଉପଦେଷ୍ଟା ଗଣଶିକ୍ଷା ବିଭାଗ ଓଡିଶା,ଡ଼କ୍ଟର ରଘୁ ସାହୁ ବିଶିଷ୍ଟ ନାଟ୍ୟକାର,ସମାଜସେବୀ ଶଶିଭୂଷଣ ସ୍ୱାଇଁ, ଅତିରିକ୍ତ ବିଡ଼ିଓ ଜ୍ଞାନେନ୍ଦ୍ର ଲେଙ୍କା, ସୃଜନର ସମ୍ପାଦକ ଦୀପ୍ତି ଖଣ୍ଡୁଆଳ,ସମ୍ପାଦିକ ଶିଳ୍ପା ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ। ଶେଷରେ ତୃପ୍ତି ରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।
