ବେଆଇନ ବାଣ କାରଖାନାରେ ବିସ୍ଫୋରଣ

ବେଆଇନ ବାଣ କାରଖାନାରେ ବିସ୍ଫୋରଣ। ଚାରି ଗୁରୁତର ଗଣିଆ – ଗଣିଆ ବ୍ଳକ ଆଡକଟା ପଞ୍ଚାୟତ କୃଷ୍ନପଲ୍ଲୀ ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମରେ ଚାଲିଥିଲା ଚୋରା ବାଣ ବେପାର । ଗ୍ରାମ ଠାରୁ ଦୂର ଏକ ନିଛାଟିଆ ତଥା ଗହୀର ଭିତରେ ଥିବା କୁକୁଡ଼ା ଫାର୍ମରେ ଚାଲିଥିଲା ଏହି ବେପାର । ତେବେ ଆଜି ଦିପହରେ ବାଣ ଭିଡୁଥିବା ବେଳେ ଘଟିଥିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ଗ୍ରାମର ଅଚ୍ୟୁତ ପ୍ରଧାନ, ତାଙ୍କ ସ୍ତ୍ରୀ ଗୀତା ପ୍ରଧାନଏବଂ ଗ୍ରାମର ବାହାଦୁଲ ପ୍ରଧାନ ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ତୁରନ୍ତ ଦଶପଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ତେବେ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡିଛି । ବିସ୍ଫୋରଣରେ ଆଜବେଷ୍ଟସ ଘରଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।

ପାଖରେ ବାଣ ଭିଡା ହେଉଥିବା ସୁତୁଲି,କୁମ୍ପିବାଣର ମାଟିପାତ୍ର,କୁକୁଡ଼ା ଦାନା ଆଦି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ସେଠାରେ ଚୋରା ବାଣ କାରବାର ସଂମ୍ପର୍କରେ କେହି ବି ଜାଣି ନଥିବା ପ୍ରକାଶ କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ କୃଷ୍ନପଲ୍ଲୀ ଗ୍ରାମର ସୁଧାଂଶୁ ନାୟକଙ୍କ ନାମରେ ଉକ୍ତ କୁକୁଡ଼ା ଫାର୍ମ ନିର୍ମାଣ କରାଯାଇଥିବା ବେଳେ ସେଠାରେ ବାଣ ତିଆରି କିଭଳି ହେଉଥିଲା ଏବଂ ପ୍ରାଣୀ ସମ୍ପଦ ବିଭାଗ କିଭଳି ଏହା ଟେର୍ ପାଇଲେ ନାହିଁ ତାହା ଏବେ ତଦନ୍ତ ସାପେକ୍ଷ । ବିଭାଗ ତରଫରୁ ସରକାରୀ ସହାୟତା ୭୨ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଫଳକରେ ଉଲ୍ଲେଖ ରହିଥିଲେ ମଧ୍ୟ ଫାର୍ମ ଘର ଅଛି କିନ୍ତୁ କୁକୁଡ଼ା କୁଆଡେ ଗଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *