ଅଦିନିୟ ବର୍ଷା ହେଲା କାଳ ଚାଷୀ କୁଳ ହେଲା ହତାଶ

ଗଞ୍ଜାମ ଜିଲ୍ଲା, ()ସୋରଡ଼ା ବର୍ଷା ଯେତେବେଳ ଚାଷୀ ଚାହିଥିଲା ସେତେବେଳେ ବର୍ଷା ହୋଇନଥିଲା ଯାହା ଫଳରେ ଧାନ ଫସଲ ନଷ୍ଟ ହୋଇଗଲା ବର୍ଷା ଆବଶ୍ୟକ ନ ଥିବା ବେଳେ ବର୍ଷା ହୋଇ ସବୁ ପରିବା ଫସଲ ନଷ୍ଟ ହୋଇଗଲା । ବର୍ତମାନ ଚାଷୀ ହତାସ । ଏହି ପରିସ୍ଥିତି ରେ ସେ କରିବ କଣ । ନିଜେ କଣ ଖାଇବ ପରିବାରର ପେଟରେ ଦାନା ଦେବ କଣ ଏବଂ ଧାର ଉଧାର କରି ଚାଷ କରିଥିବା ରୁଣ ସୁଝିବ କିପରି । ଗଞ୍ଜାମ ଜିଲ୍ଲା ର ସୋରଡା ବ୍ଲକ ରେ ଅଧିକାଂଶ ପରିବାର ଚାଷ କାମ ଉପରେ ନିର୍ଭର କରିଥାନ୍ତି । କେଉ ଚାଷୀ ଭାଗ ଚାଷ କରିଥାଏ ତ କିଏ ନିଜ ଜମିରେ ଚାଷ କରିଥାଏ । ଏହି ବର୍ଷ ବର୍ଷା ଦିନେ ବର୍ଷା ର ଅଭାବ ହୋଇଗଲା । ଯାହା ଫଳରେ ଧାନ ଚାଷ ପାଇଁ ପାଣିର ଅଭାବ ଦେଖାଦେଲା । ଯାହା ଖର୍ଚ କରିଥିଲା ତାହା ପୁଣି ଆଦାଯ କରିବା ମୁସ୍କିଲ ହୋଇଗଲା । ତେଣୁ ଚାଷୀ ପରିବା ଚାଷ ରେ ସେହି କ୍ଷତି ପୂରଣ କରିବା ପାଇଁ ପରିବା ଚାଷ

ଯାହା କି ଟମାଟ , ଫୁଲକୋବି , ବ ନ୍ଧାକୋବି ,ବିନ ଚାଷ କରିଥିଲା । ଏହି ଅଞ୍ଚଳ ରେ ୨୦ ହଜାର ହେକ୍ଟର ରୁ ଅଧିକ ଜମିରେ ଚାଷୀ ପରିବା ଚାଷ କରିଛନ୍ତି । ଧାର ଉଧାର କରି ବିହନ ,ସାର କରି ନିଜ ପରିବାର କୁ କ୍ଷେତ ରେ ଲଗାଇ ପରିବା ଲଗାଇଥିଲା । କିନ୍ତୁ ଦଇବ ତାହା ଛଡାଇ ନେଲା । ଅଦିନିୟା ତିନିଦିନ ବର୍ଷା ସବୁ ଚାଷୀ ର ପରିବା ଖନ୍ଦ କୁ ନଷ୍ଟ କରିଦେଲା । ସବୁ ଠାରୁ ଟମାଟ ଓ ଫୁଲକୋବି ଅଧିକ ପରିମାଣ ରେ ନଷ୍ଟ ହୋଇଗଲା । ଟମାଟ ଗଛ ସବୁ ପଚି ପତ୍ର ଝାଡା ଦେଇ ମରିଗଲା । କ୍ଷେତ ରେ ପୋଚୋକା ଟମାଟ ପଡିଛି ଚାଷୀ କ୍ଷେତ କୁ ଦେଖି ଆଖିରୁ ଲୁହ ଗଡାଉଛି । ଚାଷୀ ର ମେରୁଦଣ୍ଡ ଭାଙ୍ଗି ପଡିଛି ନିଜ ପିଲାମାନଙ୍କୁ କଣ ଖାଇବାକୁ ଦେବ ଏବଂ ଧାର କରିଥିବା ସାର ,ବିହନ ଯାହା ଆଣିଥିଲା ଟମାଟ ବିକ୍ରି କରି ସୁଝିବ ବୋଲି କହିଥିଲା ହେଲେ ସାଉକାର କୁ କିପରି ଟଙ୍କା ପରିଶୋଧ କରିବ । ଚାଷୀ ର ବର୍ଷ କର ଆଦାୟ ସବୁ ନଷ୍ଟ ହୋଇଗଲା । ଅଦିନିୟା ବର୍ଷା ଦାଉ ସାଜିଲା ଚାଷିକୁ । ଏହି ସମୟରେ ଚାଷୀ ର ଟମାଟ ନେବା ପାଇଁ ଗ୍ରାମ ଗୁଡିକରେ କୋଡିଏ ରୁ ୨୫ ଗାଡି ଲାଗିଥାଏ ସଦାରଣ ଗେଞ୍ଜା ,କୋଟିବାଡି ,ବାଖରା , ପେରଜୁ ,ସାମନ୍ତରାପଲ୍ଲୀ ,କୈଳାସପୁର , ନିମପଲ୍ଲୀବଞ୍ଜର ,ହାତିଗୋଡା , ମୂଳିଆପଲ୍ଲୀ ,ପାଳକାଟୁ ,ଗୋଛା ,ଭଳି ଅନେକ ଗ୍ରାମରେ ଚାଷୀ ଟମାଟ ଅଧିକ ଆଦାୟ କରିଥାନ୍ତି । ଏହି ସମୟରେ ଚାଷୀ ର ମନ ଖୁସି ଥାଏ କାରଣ କଷ୍ଟ କରି କ୍ଷେତ ରେ ସୁନା ଫଳାଇଥିଲେ କିନ୍ତୁ ସେହି ଚାଷୀ ଆଜି ଆଖିରୁ ଲୁହ ଗଡାଉଛି । ପ୍ରଶାସନ ର ହାତକୁ ଚାହିଁ ବସିଛି କିଛି ସାହାଜ୍ଯ ପାଇବାକୁ ।

Leave a Reply

Your email address will not be published. Required fields are marked *