କାର୍ଯ୍ୟରତ ଗୃହରକ୍ଷୀଙ୍କ ଅକାଳ ବିୟୋଗ

କାକଟପୁର,୦୧/୧୧, ପୁରୀ ଜିଲ୍ଲା କାକଟପୁର ଥାନା ଅଧିନସ୍ଥ ବାଉରିପୋଖରୀ ଗ୍ରାମର ଅଭୟ କାଣ୍ଡି (42) ଙ୍କ ଶନିବାର ଦିନ ଦିବା ୧୨ ଘଟିକା ସମୟରେ ଅକାଳ ବିୟୋଗ ଘଟିଛି l ଅଭୟ ଅସ୍ତରଙ୍ଗ ଥାନାରେ ଗୃହରକ୍ଷୀ ଭାବେ ପ୍ରାୟ ଦଶ ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ l ତାଙ୍କ ମୁତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ତାଙ୍କ ପରିବାର କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ତାଙ୍କ ବିଧବା ପତ୍ନୀ ସବିତା କାଣ୍ଡି ଦାବୀ କରିଛନ୍ତି l ତାଙ୍କର ମରାଶରୀରକୁ କାକଟପୁର ସ୍ଥିତ ଗ୍ରାମ୍ୟ ଶ୍ମଶାନ ରେ ଶେଷକୃତ୍ୟ କରାଯାଇଥିଲା l ଜ୍ୟେଷ୍ଠପୁତ୍ର ରୁଦ୍ରପ୍ରକାଶ ମୁଖାଗ୍ନି ଦେଇଥିଲେ l ଅସ୍ତରଙ୍ଗ ଥାନା ଆଇଆଇସି ଦୁର୍ଗାପ୍ରସାଦ ମହାପାତ୍ର ତାଙ୍କର ମୁର୍ତ୍ୟୁରେ ଗଭୀର ଶୋକ ପ୍ରକାଶ କରିଥିବାବେଳେ ସରକାରୀ ସହାୟତା ପାଇଁ ସେ ସରକାର ଙ୍କ ନିକଟରେ ଦାବୀ କରିବେ ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *