ଯୁବ ଅଧ୍ୟାପକଙ୍କ ଅକାଳ ବିୟୋଗ।

ରଘୁନାଥପୁର:-୧୬/୯()ରଘୁନାଥପୁର ବ୍ଲକ ଜଗନ୍ନାଥପୁର ଗ୍ରାମର ଜିବନାନନ୍ଦ ଶତପଥୀଙ୍କ ଏକମାତ୍ର ପୁତ୍ର ଯୁବ ଅଧ୍ୟାପକ ଜ୍ୟୋତିପ୍ରକାଶ ଶତପଥୀଙ୍କ ସୋମବାର ରାତିରେ ବ୍ରେନଷ୍ଟ୍ରୋକରେ ଅକାଳ ବିୟୋଗ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା।ସେ ଜଗତସିଂହପୁର ଏସବିଏମ କଲେଜରେ ଚୁକ୍ତିଭିତ୍ତିକ ବିସିଏ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ।ଦିନବେଳା ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ କଟକ ନିଆଯାଇ ଘରକୁ ଅଣାଯାଇଥିଲା।ସନ୍ଧ୍ୟାରେ ଜ୍ୟୋତିପ୍ରକାଶଙ୍କ ଅବସ୍ଥା ଗୁରୁତର ହେବାରୁ ପୁନର୍ବାର ତାଙ୍କୁ କଟକ ବଡମେଡିକାଲ ନିଆଯାଇଥିଲା।ସେଠାରେ ରାତି ୧୨ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା।ତାଙ୍କର ନିଜ ଘର ପାଟକୁରା ଥାନା ତଳକୁସୁମା ଗ୍ରାମ ହୋଇଥିବାବେଳେ ସେ ଦୀର୍ଘ ୪୦ ବର୍ଷ ଧରି ଜଗନ୍ନାଥପୁର ଗ୍ରାମରେ ରହିଆସୁଥିଲେ।ଘରେ ସ୍ତ୍ରୀ ଓ ତାଙ୍କର ମା ଅଛନ୍ତି।ଜ୍ୟୋତିପ୍ରକାଶ ଅତ୍ୟନ୍ତ ଶାନ୍ତସରଳ ଓ ମେଳାପି ସ୍ୱଭାବର ବ୍ୟକ୍ତିତ୍ଵ ଥିଲେ।ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକାତୁର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଭାଜପା ଯୁବ ସଂଗଠକ ଅଶୋକ ମହାରଣାଙ୍କ ତତ୍ତ୍ଵାବଧାନରେ ପୁରୀ ସ୍ଵର୍ଗଦ୍ଵାରରେ ଜ୍ୟୋତିପ୍ରକାଶଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା।

Leave a Reply

Your email address will not be published. Required fields are marked *