ଉପାସନାଙ୍କ ଶକ୍ତି ପ୍ରଦର୍ଶନ ଦେଖିଲେ ବ୍ରହ୍ମଗିରି ଜନତା

ପୁରୀ ,୪/୫- ପୁରୀ ଜିଲ୍ଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିରେ ଆଜି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା । ବ୍ରହ୍ମଗିରିର ପ୍ରିୟ ନେତା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିକୁ ମନେ ପକାଇ ହଜାର ହଜାର ଜନତା ସୋତପ୍ରୋତ ଭାବେ ତାଙ୍କ କନ୍ଯା ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କୁ ସମର୍ଥନ ଜଣାଇ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଗଡରୋଡଙ୍ଗ ନିଜ ପୈତୃକ ଗୃହରୁ ଇଷ୍ଟ ଦେବତାଙ୍କୁମୁଣ୍ଡିଆ ମାରି ଗ୍ରାମ ଦେବାଦେବୀ ଓ ପରେ ସ୍ବର୍ଗତ ପିତା ଲୁଲୁ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ମୁଣ୍ଡିଆ ମାରି ଶୋଭାଯାତ୍ରାର ଆରମ୍ଭ କରିଥିଲେ । ପରେ ବ୍ରହ୍ମଗିରି ଠାରେ ଶ୍ରୀଅଲାରନାଥଙ୍କୁ ଦର୍ଶନ ଓ ପ୍ରଣିପାତ କରି ଶୋଭାଯାତ୍ରାକୁ ଆଗେଇ ନେଇଥିଲେ । ଗଡରୋଡଙ୍ଗ ଠାରୁ ଗିରଳ ଛକ ପର୍ଯ୍ୟନ୍ତ ହଜାର ହଜାର ଜନତା ଲୁଲୁ ଭାଇ ଅମର ରହେ ,ଉପାସନା ଜିନ୍ଦାବାଦ ଧ୍ବନିରେ ପ୍ରକମ୍ପିତ ହୋଇଥିଲା । ହଜାର ହଜାର ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଉପାସନା ମଟର ସାଇକେଲରେ ବସି ଡିଆରଡିଏ କାର୍ଯ୍ୟାଳୟକୁ ଆସିଥିଲେ । ରିଟର୍ଣ୍ଣଂ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟିଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଉପାସନାଙ୍କୁ ଦେଖିବା ପାଇଁ ହଜାର ହଜାର ସମର୍ଥକ କର୍ମୀ ଅପେକ୍ଷା କରିଥିଲେ । ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପିତାଙ୍କ ଅଧୁରା ସ୍ବପ୍ନ ସାକାର କରିବା ସହ ବ୍ରହ୍ମଗିରିର ବିକାଶ ପାଇଁ କାମ କରିବେ । ତାଙ୍କ ସହିତ ବ୍ରହ୍ମଗିରି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଧିକାରୀ ନାୟକ, ଉପାସନାଙ୍କ ସ୍ବାମୀ ସୁଧାଂଶୁ ବିଶ୍ବାଳ,ଖୋର୍ଦ୍ଧାର ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ, ଆଇନଜୀବୀ ବଂଶୀଧର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ନାୟକ, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଓ ବହୁ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଶୋଭାଯାତ୍ରା ଦେଖି ବିରୋଧୀ ପକ୍ଷ ଛାନିଆ ହୋଇ ମାଟି କାମୁଡିବା ଅବସ୍ଥାକୁ ଯାଇଛନ୍ତି ବୋଲି ବ୍ରହ୍ମଗିରି ବଜାରରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *