ସୋରଡା ରେ ଖୋଲିଲା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଯୋଗଦେଲେ ବିଧାୟକ

ଗଞ୍ଜାମ ଜିଲ୍ଲା ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଆଜି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉଦ୍ଘାଟନ କରିଛନ୍ତି ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯୋଗ ଦେଇଥିଲେ । ସୋରଡ଼ା ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିନ ଦିନ ରୋଗୀଙ୍କ ଭିଡ଼ ରହୁଥିବା ହେତୁ ରୋଗୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଆରୋଗ୍ୟ ମନ୍ଦିର ସୋରଡ଼ା ଆଡ଼ପ ମଣ୍ଡପ ଠାରେ ଖୋଲାଯାଇଛି । ଏହି ଆରୋଗ୍ୟ କେନ୍ଦ୍ରରେ ରୋଗୀଙ୍କୁ ଔଷଧ ଓ ବିଭିନ୍ନ ପରୀକ୍ଷା ବିନା ସୁଲ୍କରେ ଯୋଗାଇ ଦିଆଯିବ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

Leave a Reply

Your email address will not be published. Required fields are marked *