ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟିତ

କାମାକ୍ଷାନଗରDate-28/7/25ଆଙ୍କର-କାମାକ୍ଷାନଗର ସହର ସ୍ଥିତ ଦୁଇନମ୍ବର ୱାର୍ଡ ବୁଢ଼ୀପଦଉନି ମନ୍ଦିର ନିକଟରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଆରୋଗ୍ୟ ମନ୍ଦିର କୁ ଉଦଘାଟନ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, କାମାକ୍ଷାନଗର ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଦିଗମ୍ବର ସାହୁ, କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପ ନଗରପାଳ ଶକୁନ୍ତଳା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଆରୋଗ୍ୟ ମନ୍ଦିର ସକାଳ ୮ ଟାରୁ ୧୧ ଏବଂ ଅପରାହ୍ନ ୪ ଟାରୁ ସଂନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲାଯିବା କୁ ଥିବାବେଳେ ଏହାର ସୁବିଧା ଉଠାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ଥାନୀୟ ବାସିନ୍ଦା ଙ୍କୁ ଅନୁରୋଧ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ପରିଚାଳିକା ରଶ୍ମିପ୍ରଭା ସାମଲ ପରିଚାଳନା କରିଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *