ରାୟଗଡ଼ାର ବୈଶିଷ୍ଟ୍ୟ ନିମ୍ବ ପତ୍ର ମିଶ୍ରିତ ତେଲ ପ୍ରୟୋଗ

ରାୟଗଡ଼ାର ବୈଶିଷ୍ଟ୍ୟ ନିମ୍ବ ପତ୍ର ମିଶ୍ରିତ ତେଲ ପ୍ରୟୋଗ
ରାୟଗଡ଼ା-୧୯/୭-ସଂପ୍ରତି ଆବାସିକ ବିଦ୍ୟାଳୟରେ ବିଦ୍ୟାର୍ଥୀ ମାନଙ୍କୁ ମ୍ୟାଲେରିଆ, ଡେଙ୍ଗୁ ଓ ଚିକୁନଗୁନିଆ ଭଳି ମାରାତ୍ମକ ରୋଗ ର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।
ଏଥି ମଧ୍ୟରେ ଔଷଧଯୁକ୍ତ ମଶାରୀ ବ୍ୟବହାର, କୀଟନାଶକ ଔଷଧ ସିଞ୍ଚନ, ପରିବେଶ ସଫା ସୁତୁରା ରଖିବା ଓ ଜ୍ଵର ହେଲେ ତ୍ୱରିତ ଚିକିତ୍ସା ବ୍ୟବସ୍ଥା କରିବା।
ଏ ସବୁ ବ୍ୟବସ୍ଥା ପରିବର୍ତ୍ତେ ରାୟଗଡ଼ା ଜିଲ୍ଲାରେ ଏକ ସମ୍ପୂର୍ଣ୍ଣ ନିଆରା ଉପାୟ କରିବା ପାଇଁ ପ୍ରୟାସ କରା ଯାଇଛି ଓ ଏଥିରେ ସଫଳତା ମଧ୍ୟ ପରିଲକ୍ଷିତ ହେଉଛି। ଆମେ ସମସ୍ତେ ଅବଗତ ଯେ ନିମ୍ବ ତେଲ ଅତ୍ୟନ୍ତ ଉପଯୋଗୀ, କିନ୍ତୁ ଏହା ସହଜରେ ସମସ୍ତଙ୍କ ପାଖରେ ଉପଲବ୍ଧ ହୁଏ ନାହିଁ। ଏହାକୁ ଆଖି ଆଗରେ ରଖି, ଦେହରେ ଲଗେଇ ହେବା ସାମାନ୍ୟ ତେଲରେ ନିମ୍ବ ପତ୍ର ମିଶେଇ କିଛି ସମୟ ସିଝେଇଲେ ଯେଉଁ ତେଲ ପ୍ରସ୍ତୁତ ହେଉଛି, ତାକୁ ବ୍ୟବହାର କରିବା ପାଇଁ ସମସ୍ତ ଆବାସିକ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ତାଲିମ ଓ ନିର୍ଦ୍ଧେଶ ଦିଆଯାଇଛି। ବର୍ତମାନ ଏହା ବ୍ୟାପକ ରୂପରେ ପ୍ରସ୍ତୁତ କରା ଯାଉଛି ଓ ଏହାର ବ୍ୟବହାର ଦ୍ଵାରା ମଶା କାମୁଡିବା ନିୟନ୍ତ୍ରଣ କରା ଯାଇ ପାରୁଚି।
ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ ମମତା ଚୌଧୁରୀ ଏହି ପ୍ରକ୍ରିୟା ପ୍ରଥମେ ଜିଲ୍ଲା ସ୍ତରୀୟ ବୈଠକରେ ରଖିଥିଲେ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି ଏହାକୁ ବ୍ୟାପକ ପ୍ରଚଳନ ପାଇଁ ସମସ୍ତ WEO ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ଏହା ମ୍ୟାଲେରିଆ, ଡେଙ୍ଗୁ ଓ ଚିକୁନଗୁନିଆ ବ୍ୟାପୁଥିବା ମଶାଙ୍କୁ ନିୟନ୍ତ୍ରଣ କରିବା ସଙ୍ଗେ ବିଭିନ୍ନ ଚର୍ମ ରୋଗ ପାଇଁ ମଧ୍ୟ ଉପାଦେୟ ହେଇପାରେ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *