ଉତ୍କଳ ଆଲୁମିନା ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ପାଳିତ

କାଶୀପୁର, ୨୭/୧: ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୭୭ତମ ସାଧାରତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ସ୍ଥାନୀୟ ନୂଆପଡ଼ା ସ୍ଥିତ ହେଲିପ୍ୟାଡ ପଡିଆ ଠାରେ ଆୟୋଜତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ୟୁନିଟ୍ ମୁଖ୍ୟ ରବି ନାରାୟଣ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମିଶ୍ର ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ କାରଖାନାରେ ନିୟୋଜିତ ଏସଆଇଏସ, ଏସଏସଟିଏଫ୍, ଏସଆଇଏସକେଓ ଓ ସିଏସଏଫଙ୍କ ସୁରକ୍ଷା କର୍ମୀଙ୍କ ସମେତ ମହିଳା କଣ୍ଟିଜେଣ୍ଟ ଦ୍ବାରା ଆୟୋଜିତ ପ୍ୟାରେଡ ନିରୀକ୍ଷଣ କରିବା ସହ ଅଭିବାଦନ ସ୍ବୀକାର କରିଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ମିଶ୍ର ସ୍ଵାଧୀନତା ସଂଗ୍ରାମୀଙ୍କୁ ସ୍ମୃତିଚାରଣ କରିବା ସହିତ ସମ୍ବିଧାନ ନିର୍ମାତାଙ୍କ ଲକ୍ଷ ଉଦ୍ଦେଶ୍ୟ ତଥା ଗଣତାନ୍ତ୍ରିକ ଦେଶରେ ସମ୍ବିଧାନର ମୂଲ୍ୟବୋଧ ସମ୍ପର୍କରେ ପ୍ରକାଶ କରିଥିଲେ। ଏଥିସହିତ ସବୁଜ ପୃଥିବୀ ଦିଗରେ ଜଣେ ବ୍ୟକ୍ତି ବିଶେଷର ଦାଇତ୍ଵ ତଥା ପରିବେଶ ସୁରକ୍ଷାର ମହତ୍ତ୍ଵ ସଂକ୍ରାନ୍ତରେ ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ ।

ଏହା ପରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିପରି ସ୍ଥାନୀୟ ଟିକରପଡ଼ା ଗ୍ରାମରୁ ଆସିଥିବା ନୃତ୍ୟ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କାରଖାନାରେ କାର୍ଯ୍ୟରତ ସର୍ବପୁରତନ କର୍ମଚାରୀ ଲଳିତ ମିଶ୍ର, ଯୁଧିଷ୍ଟ୍ର ବେହେରା ଓ ଅକ୍ଷୟ ପିଲାୟୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉତ୍କଳ ଆଲୁମିନାର ସମସ୍ତ କର୍ମଚାରୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *