ଉତ୍କଳ ଆଲୁମିନା ପକ୍ଷରୁ ମହାଡମ୍ୱରରେ ଆନ୍ତରଜାତୀୟ ମହିଳା ଦିବସ ପାଳିତ
ଉତ୍କଳ ଆଲୁମିନା ପକ୍ଷରୁ ମହାଡମ୍ୱରରେ ଆନ୍ତରଜାତୀୟ ମହିଳା ଦିବସ ପାଳିତ
ରାୟଗଡ଼ା, ୯/୩: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଅନ୍ତର୍ଜାତୟ ମହିଳା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ନୂଆପଡ଼ା ଟାଉନସିପ ସ୍ଥିତ କ୍ଳବ୍ ହାଉସ ଠାରେ ଆୟୋଜତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ରୂପାଲି ପାତ୍ର (ଓପ୍ରସେ) ଓ ସହକାରୀ ଜିଲ୍ଲାପାଳ ଲିପ୍ସା ପଟେଲ୍ (ଓଆରଏସ୍) ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସୁଶ୍ରୀ ପାତ୍ର କହିଛନ୍ତି ଯେ, ସାଂପ୍ରତିକ ସମୟରେ ମହିଳା ସମସ୍ତ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛନ୍ତି। ନିଜକୁ ସିମୀତ ନକରି ଜ୍ଞାନ ଆହରଣ ଓ ଦକ୍ଷତା ବୃଦ୍ଧି ଜରିଆରେ ନିଜକୁ ସ୍ବାବଲମ୍ବୀ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ସୁଶ୍ରୀ ପଟେଲ୍ ଉଦବୋଧନ ଦେଇ କହିଥିଲେ ଯେ, ଶିକ୍ଷା ହିଁ ପରିବର୍ତ୍ତନର ମୁଖ୍ୟ ଅସ୍ତ୍ର।

ପୂରାତନ କାଳରୁ ବର୍ତ୍ତମାନ ଆଧୁନିକ ଯୁଗରେ ଶିକ୍ଷା ସବୁବେଳେ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଚି। ସମାଜ ମହିଳାଙ୍କ ଦ୍ଵାରା ପରିଚାଳିତ। ତେଣୁ ମହିଳା, ଶିକ୍ଷିତ ତଥା ନିଜକୁ ଶକ୍ତିଶାଳୀ ନକଲେ ସମାଜ ସକାରାତ୍ମକ ପରିବର୍ତ୍ତନ ହେବନାହିଁ ବୋଲି ସୁଶ୍ରୀ ପଟେଲ୍ ପ୍ରକାଶ କରିଥିଲେ। ଅନୁରୂପ ଭାବେ କାରଖାନା ମୁଖ୍ୟ ତଥା ଅଧ୍ୟକ୍ଷ ଶ୍ରୀ ରବି ନାରାୟଣ ମିଶ୍ର ପ୍ରକାଶ କରିଥିଲେ ଯେ, ମହିଳା ସବୁବେଳେ ପୂଜ୍ୟ, ତାଙ୍କ ସହଯୋଗ ବିନା ପରିବାର ତଥା ସମାଜରେ ପ୍ରଗତି ହୁଏନି। ମହିଳା ଅଗ୍ରସର ହେଲେ ସମାଜରେ ଉନ୍ନତି ହେବ। ଜଣେ ମହିଳା ନିଜ ଜୀବନରେ ପରିବାର ପାଇଁ ବହୁ ତ୍ୟାଗ କରନ୍ତି। ସେମାନଙ୍କ ବିନା ସହଯୋଗରେ ସମାଜରେ ଉନ୍ନତୀ ଅପରିକଳ୍ପିତ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ଅବସରରେ କାରଖାନାରେ କାର୍ଯ୍ୟରତ ୧୦୦ରୁ ଊର୍ଦ୍ଧ୍ବ ମହିଳା କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁରକ୍ଷା ବିଭାଗ ମୁଖ୍ୟ ବିଶ୍ୱଜିତ୍ ଯୋୱରଦର୍ ଘରୋଇ ଗ୍ୟାସ ସିଲିଣ୍ଡର୍ ବ୍ୟବହାର ଓ ଜରୁରୀକାଳୀନ ପରିସ୍ଥିିତିରେ ସୁରକ୍ଷା ସମ୍ପର୍କରେ ସଚେତନତା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ମୁଖ୍ୟ ନାରାୟଣ ମୀତ୍ରା, ଉତ୍ତମ୍ ଗିରି, ଲୋପାମୁଦ୍ରା ପ୍ରିୟଦର୍ଶିନୀ, ପିତାମ୍ବର ବେହେରାଙ୍କ ସମେତ ମଧୁମିତା ମଣ୍ଡଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
