ଉତ୍କଳ ଦିବସ ମହାସମାରୋହରେ ଅନୁଷ୍ଠିତ

ହିଞ୍ଜିଳିକାଟୁ:-ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶା ତରଫରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ଆର.ଏମ.ସି. ଛକ ଠାରେ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସତ୍ରରେ ଅନୁଷ୍ଠାନର ସଦସ୍ୟା ସୁଶ୍ରୀ ଲିଜାରାଣୀ ସାହୁଙ୍କ ସଂଯୋଜନାରେ ଆଗାମୀ ଓଡ଼ିଶା ସତ୍ରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରଥମରୁ ଦଶମ ଶ୍ରେଣୀର ବିଦ୍ୟାର୍ଥୀ ମାନେ “ମୋ ସ୍ୱପ୍ନର ଓଡ଼ିଶା” ଶୀର୍ଷକରେ ଆଲୋଚନା କରିଥିଲେ। ସେହିପରି ଅନୁଷ୍ଠାନର ଉପ-ସଭାନେତ୍ରୀ ରୀତାଞ୍ଜଳି ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦ୍ଵିତୀୟ ସତ୍ରରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁ, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଡଃ. ହୃଷିକେଶ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ଵତୀ ସେଠୀ ଏବଂ ହିଞ୍ଜିଳିକାଟୁ ପୌର ପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଆକାଶ ପଟ୍ଟନାୟକ ବନ୍ଦେ ଉତ୍କଳ ଜନନୀକୁ ଅମର୍ଯ୍ୟାଦିତ କରିଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଏକ ସାର୍ବଜନୀନ ନିନ୍ଦା ପ୍ରସ୍ତାବ ଆଗତ କରିବା ସହ ଓଡ଼ିଆ ଏବଂ ଓଡ଼ିଶା ବିରୋଧୀ ମାନସିକତାକୁ ତୀବ୍ର ଭର୍ତ୍ସନା କରିଥିଲେ। ବିଭାଜନକାରୀ ଶକ୍ତି ମାନଙ୍କୁ ନିୟନ୍ତ୍ରିତ କରି ପୂର୍ବଜଙ୍କ ତ୍ୟାଗ ସିକ୍ତ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶକୁ ଭାଙ୍ଗିବାକୁ ବିରତ ରହିବାକୁ କହିଥିଲେ। ଅନ୍ତିମ ସତ୍ରରେ ଅନୁଷ୍ଠାନର ଉପ ସଭାପତି ବ୍ରହ୍ମକୁମାର ନିତ୍ୟାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠୋତ୍ସବରେ ବରିଷ୍ଠ ସାମ୍ବାଦିକ ଦ୍ଵିତିକୃଷ୍ଣ ସାବତ, ଅବସରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଶିକ୍ଷକ ତଥା ସାହିତ୍ୟିକ ଦେବବ୍ରତ ପଟ୍ଟନାୟକ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। ସମିତିର ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଚିନ୍ମୟ ପୋଲାଇ ମଞ୍ଚ ସଞ୍ଚାଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋଠଗାଆଁ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଅ, ଆଲୋକ କୁମାର ନାୟକ, କେଶବ ମହାରଣା, ପ୍ରଭାତ କୁମାର ମହାରଣା, ଜଗନ୍ନାଥ ଗୌଡ଼, ଯୁବ କବି ପପୁ ପରିଡ଼ା, ସ୍ମୃତି ରାଉଳ, ବିନୋଦ ଗୌଡ଼, ପୂଜାରାଣୀ ପ୍ରଧାନ, ଗୁଣାମ୍ୱରୀ ଲେଙ୍କା, ହରିହର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *