ମାରୁତି ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ପାଳିତ

ପୁରୀ ୧/୪ – ମାରୁତି ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସକାଳୁ ମହାପୁରୁଷ ମାନଙ୍କ ବେଶରେ ସଜ୍ଜିତ ହୋଇ ଆସିଥିବା ଶିଶୁ ଭାଇଭଉଣୀ ମାନେ ସ୍ଥାନୀୟ ଅଞ୍ଚଳରେ ପ୍ରଭାତ ଫେରି କରିଥିଲେ।ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଓ ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟା ସୌଦାମିନୀ ପ୍ରଧାନ ଯୋଗଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ବରପୁତ୍ର ମାନଙ୍କ ଭୂମିକା ଆଲୋକପାତ କରିଥିଲେ। ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଆଚାର୍ଯ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ରଥ, ଶ୍ରୀମତୀ ଅନିତା ଜେନା ଓ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *