ଗଁଦିଆ ପ୍ରାଥମିକ ବିଦ୍ୟାଳୟ ରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀ ପାଳନ
ଗଁଦିଆ ପ୍ରାଥମିକ ବିଦ୍ୟାଳୟ ରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀ ପାଳନ।
ଗଁଦିଆ ବ୍ଳକ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଁଦିଆ ରେ ନୂତନ ଉତ୍କଳ ର ନିର୍ମାତା ଦୁଃଖୀ ଦରିଦ୍ର ର ବନ୍ଧୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୭ତମ ଓଡିଆ ଶ୍ରାଦ୍ଧବାର୍ଷିକୀ ଆଷାଢ଼ ମାସ ଶୁଳ୍କ ପକ୍ଷ ପ୍ରତିପଦା ପବିତ୍ର ନେତ୍ରୋତ୍ସବ ଅବସର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଳିତା ନାଏକ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଉତ୍ସବରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ କାର୍ତ୍ତିକ ଚରଣ ସ୍ବାଇଁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉତ୍ସବ ରେ ବିଶିଷ୍ଟ ଅତିଥି ଭାବେ ପରିଚାଳନା ପରିଷଦ ସଭାପତି ସ୍ବପ୍ନେଶ୍ବର ସେଠୀ ଙ୍କ ସହିତ ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ର ପ୍ରାକ୍ତନ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ଗୋପବନ୍ଧୁ ଙ୍କ ତ୍ୟାଗ ପୂତ ଜୀବନ ଉପରେ ଆଲୋକପାତ କରି ତାଙ୍କ ଆଦର୍ଶ ରେ ଅନୁପ୍ରେରିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଯଦୁମଣି ସାହୁ,ସମ୍ପଦ ଓଝା ଶିକ୍ଷୟିତ୍ରୀ ଯାମିନୀ ବେହେରା,ପାନାମଣି ମୁର୍ମୁ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।
