କୋଣାର୍କରେ ଉତ୍କଳ ପାଲା ମହୋତ୍ସବ

କୋଣାର୍କ – କୋଣାର୍କ ନାଟ୍ୟମଣ୍ତପ ଅର୍କବିହାର ପରିସରରେ ଶ୍ରୀ ଜଗନ୍ନାଥ ରାଜ୍ୟ ପାଲା ଗବେଷଣା ଓ ତାଲିମ କେନ୍ଦ୍ର ପକ୍ଷରୁ ରାଜ୍ୟ ସ୍ତରୀୟ ଉତ୍କଳ ପାଲା ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ସଭାପତି ଗାୟକ ମଦନ ମୋହନ ଜେନାଙ୍କ ଅଧ୍ୟକ୍ଷତାରେ ପାଲା ଗବେଷଣା ଓ ତାଲିମ ସମ୍ପର୍କରେ ଏହି ପାଲା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରବି ନାରାୟଣ ପଣ୍ଡା, ମୁଖ୍ୟବକ୍ତା ଭାବେ ପଦ୍ମନାଭ ସେଠୀ, ସମ୍ମାନିତ ଅତିଥି ଭାବେ ସୁଦର୍ଶନ ମହାପାତ୍ର, ପ୍ରତାପ ପ୍ରଧାନ, ସନ୍ତୋଷ ପଟ୍ଟନାୟକ, ମନୋଜ ମିଶ୍ର, ନିରୋଦ ଦାସ , ଗଦାଧର ଦାସ , ସନ୍ତୋଷ ମହାପାତ୍ର, ଜ୍ୟୋତ୍ସ୍ନା ରାଣୀ

ଦାସ ପ୍ରମୁଖ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ପାଲା ପରିବେଷଣ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଗାୟକ ଆନନ୍ଦ ବସନ୍ତ କୁମାର ରାଉତ, ଗାୟକ ବିଜୟ କୁମାର ଘୋଷ ଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୫ ରୁ ଉର୍ଦ୍ଧ୍ବ ପାଲା ଗାୟକ ମାନଙ୍କୁ ଗୁରୁ ପ୍ରଣାମ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗାୟକ ବନବିହାରୀ ଗ୍ରହଚର୍ଯ୍ୟ, ମଙ୍ଗରାଜ ବିଶ୍ଵାଳ ଓ ଗୁରୁ ଜୟକୃଷ୍ଣ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *