ଉତ୍କଳ ବାଳାଶ୍ରମ ବ୍ରହ୍ମପୁର ଶାଖାରେ ଶିଶୁ ଆୟୋଗ ଅଧ୍ୟକ୍ଷ

ଉତ୍କଳ ବାଳାଶ୍ରମ ବ୍ରହ୍ମପୁର ଶାଖାରେ ଶିଶୁ ଆୟୋଗ ଅଧ୍ୟକ୍ଷ ।
ବ୍ରହ୍ମପୁର ୧୨/୧୧ ;ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ବବିତା ପାତ୍ର , ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ ଏବଂ ଅତିରିକ୍ତ ଜିଲ୍ଲାପାଳ ବ୍ରହ୍ମପୁର ଗୋଷାଣି ନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମ ଶାଖାରେ ପହଞ୍ଚି ହୋଇଥିବା ଘଟଣା ଉପରେ ଅନୁଧ୍ୟାନ କରିଛନ୍ତି । ଶ୍ରୀମତୀ ପାତ୍ରଙ୍କ ସୁଚନାଅନୁଯାୟୀ ଗତ କିଛି ଦିନ ତଳେ ଦୁଇଜଣ ଅନ୍ତେବାସୀ ଓ ଛାତ୍ର ନିଖୋଜ ହୋଇ ବାଳାଶ୍ରମରୁ ପଳାୟନ କରିଥିବା ଖବର ପାଇବା ପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଉତ୍କଳ ବାଳଶ୍ରମ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିବା ରହିଛି । କିନ୍ତୁ ଉତ୍ତର ସଠିକ୍ ନ ପାଇବା ସହ ସନ୍ତୋଷଜନକ ନଥିବା ବେଳେ ଆଜି ବ୍ରହ୍ମପୁର ଏସ ପି ଙ୍କ ସହିତ ଉତ୍କଳ ବାଳାଶ୍ରମ ପରିଦର୍ଶନ କରିଥିଲେ । ଆଶ୍ରମ ସୁରକ୍ଷା ବ୍ୟବସ୍ଥା କିପରି ଚାଲିଛି, କେଉଁଠି ସୁରକ୍ଷା ବ୍ୟବସ୍ଥା ଢିଲା ହେଉଛି ଯାହା ଫଳରେ ଅନ୍ତେବାସୀ ମାନେ ଲୁଚି ଯାଇପାରୁଛନ୍ତି ତାହା ବୁଝିଥିଲେ । ବ୍ରହ୍ମପୁର ଏସ ପି, ଡି ସି ପି ଓ,ଏସ ଡି ମ୍, ଡି ଏସ ଡାବ୍ଳୁ ,ଡି ସି ପି ଓ ପ୍ରମୁଖଙ୍କ ସହ ଆଶ୍ରମର ସମସ୍ତ କର୍ତ୍ତୃପକ୍ଷ ସ୍ଥାନୀୟ ରେଳଷ୍ଟେସନ ରୋଡ଼ ସ୍ଥିତ ସର୍କିଟ ହାଉସ ଠାରେ ଆଲୋଚନା କରିଥିଲେ । ଆଗାମୀ ଦିନରେ କିଭଳି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ସହ ସୁରକ୍ଷିତ ରହିବେ ଅନ୍ତେବାସୀ ସେ ସମସ୍ତ ବିଷୟରେ ଆଲୋଚନା କରିଥିବା ଶିଶୁ ଆୟୋଗ ଅଧ୍ୟକ୍ଷଙ୍କ ସୁଚନା ରହିଛି ।

Leave a Reply

Your email address will not be published. Required fields are marked *