ଉତ୍କଳମଣିଙ୍କ ଜୟନ୍ତୀ ପାଳିତ

ଶ୍ରୀ ଜଗନ୍ନାଥ ଭକ୍ତ ସମାଜ, ପୁରୀ ଆନୁକୂଲ୍ୟରେ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଶଙ୍କର୍ଷଣ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ଵାର ପୁରୀ ଠାରେ ଥିବା ଉତ୍କଳମଣିଙ୍କ ପ୍ରତିମମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜଗତର ମଙ୍ଗଳ ପାଇଁ ସମୂହ ଦୀପଦାନ କରାଯାଇଥିଲା। ସଭାପତି ଶ୍ରୀଯୁକ୍ତ ମଙ୍ଗରାଜ ଉତ୍କଳମଣିଙ୍କ ସୃତିଚାରଣ କରିବା ସହ ତାଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି କହିଥିଲେ ।

ଅନୁଷ୍ଠାନର ମାର୍ଗଦର୍ଶକ ଶ୍ରୀଯୁକ୍ତ ଭାରତ କୁମାର ନାୟକ ଉତ୍କଳମଣି ଓଡ଼ିଆ ଜାତିର ଗର୍ବ ଓ ଗୌରବ ଥିଲେ ବୋଲି କହିଥିଲେ। ମାର୍ଗଦର୍ଶକ ଡ.ବଳରାମ ଦାଶ୍ ଗୋପବନ୍ଧୁ ଦୁଃଖି ଦରିଦ୍ରର ସାଥୀ ଥିଲେ ବୋଲି କହିବା ସହ ଆମେ ଉତ୍କଳମଣିଙ୍କ ଦାୟାଦ ବୋଲି ଗର୍ବ ଅନୁଭବ କରିବା ଓ ସେ ଆମକୁ ମାର୍ଗଦର୍ଶନ କରୁଛନ୍ତି ବୋଲି କହିଥିଲେ । ସଂପାଦକ ଡ. ଶଶିକାନ୍ତ ରଥ ଉତ୍କଳମଣି ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଓ ଆମ ମାନଙ୍କର ଆଦର୍ଶ ବୋଲି କହିବା ସହ ଉତ୍କଳମଣିଙ୍କ ଜୟନ୍ତୀକୁ ପ୍ରତ୍ୟେକ ଓଡ଼ିଆ ପର୍ବର ସହ ପାଳନ କରିବା ଉଚିତ୍ ବୋଲି ମତ ଦେଇଥିଲେ । ପରିଶେଷରେ ଶୁଶ୍ରୀ ପୁଷ୍ପିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଶ୍ରୀଯୁକ୍ତ ଗୋବନ୍ଦ ଚନ୍ଦ୍ର ମହାନ୍ତି, ଡ. ସ୍ନେହଲତା ରଥ, ଶ୍ରୀଯୁକ୍ତ କାର୍ତ୍ତିକ ସାହୁ, ଶ୍ରୀ ଆଶୁତୋଷ ପଣ୍ଡା, ଶୁଶ୍ରୀ ଅପର୍ଣ୍ଣା ରଥ ପ୍ରମୁଖ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *