ଉତ୍କର୍ଷ ଇ ସେବା ଉପ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ

ଉତ୍କର୍ଷ ଇ ସେବା ଉପ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ।
ପୁରୀ/ନିମାପଡା ୨୫/୧୧ : ଉତ୍କର୍ଷ ନିମାପଡା- ୨୦୨୫ ର “ବିଚାରମନ୍ଥନ ଅଧିବେଶନ” ରୁ ଉପନୀତ ପ୍ରଥମ ସୋପାନ ଭାବରେ ଉତ୍କର୍ଷ ଇ-ସେବା ଆଜି ନିମାପଡା ତହିସଲ ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ବାରା ଉଦଘାଟିତ ହୋଇ ଯାଇଛି।ଏହା ହେଉଛି ଜନସାଧାରଣଙ୍କୁ ଆବଶ୍ୟକ ସରକାରୀ ସେବାଗୁଡ଼ିକୁ ଶୀଘ୍ର, ସହଜ ଓ ପାରଦର୍ଶୀ ଭାବରେ ପହଞ୍ଚାଇବା ପାଇଁ ତିଆରି ହୋଇଥିବା ଡିଜିଟାଲ ସିଙ୍ଗଲ୍-ୱିଣ୍ଡୋ ପ୍ଲାଟଫର୍ମ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।ଏହି ପ୍ଲାଟଫର୍ମ ମାଧ୍ୟମରେ ଆୟ, ଜାତି, ବାସ ସାର୍ଟିଫିକେଟ, ମ୍ୟୁଟେସନ, ଜମି ସମ୍ପର୍କିତ ସୂଚନା,ଏବଂ ବିଭିନ୍ନ ୟୁଟିଲିଟି ଓ ଅଭିଯୋଗ ଗୁଡିକର ସୂଚନା ଓ ସେବା ଏକ ସ୍ଥାନରୁ ଉପଲବ୍ଧ ହୋଇ ପାରିବ।ଉତ୍କର୍ଷ ଇ -ସେବାର ମୂଳ ଲକ୍ଷ୍ୟ ସମୟ ବଞ୍ଚାଇବା, ସାଧାରଣ ଲୋକ ଙ୍କୁ ବିଭିନ୍ନ ଆବଶ୍ୟକୀୟ ସେବା ପାଇଁ ଅଫିସକୁ ବାରମ୍ବାର ଯିବା ଆସିବା କମାଇବା ବୋଲି ସେ କହିବା ସହ ଏହା ରାଜ୍ୟରେ ଡିଜିଟାଲ ଶାସନ ଓ ନାଗରିକ- କେନ୍ଦ୍ରିକ ସେବାର ଏକ ନୂଆ ଅଧ୍ୟାୟ ବୋଲି ଶ୍ରୀମତୀ ପରିଡା କହିଥିଲେ।
ଏହି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଭାରତୀୟ ଷ୍ଟେଟବ୍ୟାଙ୍କ ର ଆଞ୍ଚଳିକ ପରିଚାଳକ ଭରତ ଚରଣ ସାହୁ,ନିମାପଡା ତହସିଲଦାର ମନୋଜ କୁମାର ପ୍ରଧାନ,ବିଡ଼ିଓ ଡ ଅଭିଜିତ ଷଡ଼ଙ୍ଗୀ, ଏନ ଏ ସି ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ଦାସ, ଅତିରିକ୍ତ ତହସିଲଦାର ଭେଙ୍କେଟେଶ ରାଓ, ନିରଞ୍ଜନ ନାୟକ, ତହସିଲର ର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *